ନୂଆଦିଲ୍ଲୀ () ଲତା ମଙ୍ଗେସକରଙ୍କ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ତାଙ୍କ ସଙ୍ଗୀତର ଚର୍ଚ୍ଚା ସାରା ବିଶ୍ୱରେ ରହିଛି। ଆସନ୍ତା ୨୮ରେ ୯୦ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଡଟର ଅଫ ଦ ନେଶନ’ ସମ୍ମାନରେ ଲତାଙ୍କୁ ସମ୍ମାନିତ କରିବେ। ତାଙ୍କୁ ସମ୍ମାନିତ କରିବା ଅର୍ଥ ଦେଶର ଝିଅଙ୍କୁ ସମ୍ମାନିତ କରିବା ସହ ସମାନ। ତେଣୁ ଲତାଙ୍କୁ ବିଧିବଦ୍ଧ ଭାବେ ଦେଶର ପୁତ୍ରୀ ଆଖ୍ୟାରେ ସମ୍ମାନିତ କରାଯିବ।
