Odia News Portal

ରାଜମହଲ ଛକରେ ପୋଲିସ-ପବ୍ଲିକ ମୁହାଁମୁହିଁ,ଦେଖନ୍ତୁ ଭିଡିଓ …

ଭୁବନେଶ୍ବର()   ରାଜମହଲ ଛକରେ ଉତ୍ତେଜନା ।ଫାଇନ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ଜନତା-ପୁଲିସ। ଲୋକମାନେ ପୁଲିସ ଆସିଥିବା ପିସିଆର ଭ୍ୟାନ୍ର କାଗଜପତ୍ର ଯାଞ୍ଚ କରିବାକୁ ଅଡ଼ି ବସିଛନ୍ତି । ପୋଲିସ ଭୁଲରେ ଫାଇନ୍ ଆଦାୟ କରୁଥିବା ନେଇ ଅଭିଯୋଗ କରିଛନ୍ତି ଲୋକେ । ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ବେଳେ ନିରୀହ ଲୋକଙ୍କୁ ପୁଲିସ୍ ଧରି ଜୁଲମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଶହ ଶହ ସଂଖ୍ୟାରେ ସାଧାରଣ ଲୋକ ରୁଣ୍ଡ ହୋଇଛନ୍ତି ଲୋଲେ । ପରିସ୍ଥିତିକୁ ଆୟତ୍ତ କରିବାକୁ ଲାଠିଚାର୍ଜ କରିଛି ପୋଲିସ ।ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

https://youtu.be/tBk9LuVWIpQ

ନୂଆ ଟ୍ରାଫିକ୍ ନିୟମରେ ଅତିଷ୍ଠ ସାଧାରଣ ଲୋକେ ଆଜି ରାଜମହଲ ଛକରେ ୩ଟି ସରକାରୀ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଛନ୍ତି। ସେଥିମଧ୍ୟରେ ପୁଲିସ ଗାଡ଼ି, ମୋ ବସ୍, ବିଏମ୍ସି ଗାଡ଼ି ରହିଛି। ଏହାର କାଗଜପତ୍ର ଠିକ ନଥିବା ଅଭିଯୋଗ କରି ଏହି ତିନି ଗାଡ଼ିକୁ ଅଟକାଇ ଲୋକେ ହୋହଲ୍ଲା କରିଛନ୍ତି।