ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତବର୍ଷ ଲୋକସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ମାତ୍ର ମାସ କେଇଟା ଭିତରେ ଦଳ ଛାଡିଛନ୍ତି। ମଙ୍ଗଳବାର ସେ ଦଳ ଛାଡିଥିବା ଘୋଷଣା କରିଥିବା ବେଳେ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇ ନଥିବା ସେ କହିଛନ୍ତି। ତେବେ ରାଜନୀତିରେ ନ ଥାଇ ମଧ୍ୟ ସେ ଜନତାଙ୍କ ସେବା କରିବେ ବୋଲି କହିଛନ୍ତି। ସେ କଂଗ୍ରେସ ପକ୍ଷରୁ ଉତ୍ତର ମୁମ୍ବାଇ ଆସନରୁ ଲଢିଥିବା ବେଳେ ହାରି ଯାଇଥିଲେ।
