ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ୍’ର ଟ୍ରେଲର ରିଲିଜ୍ ହୋଇଯାଇଛି। ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଫରହାନ୍ ଅଖତର୍ ଓ ରୋହିତ ଶରଫ ଲିଡ୍ ରୋଲ୍ରେ ଅଭିନୟ କରିଛନ୍ତି। ହେଲେ ଫିଲ୍ମରେ ନଜର ଆସୁଥିବା ଜାୟରା ୱସିମ୍ଙ୍କୁ ଦେଖି ଦର୍ଶକ ଖୁସି ହେବା ପରିବର୍ତ୍ତେ ଫିଡ଼ିକି ଯାଇଛନ୍ତି।
କିଛିଦିନ ପୂର୍ବରୁ ଧର୍ମକୁ ଆଧାର କରି ଜାୟରା ବଲିଉଡ୍ର ଫିଲ୍ମି ଦୁନିଆରୁ ବିଦାୟ ନେଇଥିଲେ। ସେ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ଅଭିନୟ ଛାଡ଼ିବା କଥା ଘୋଷଣା କରିଥିଲେ। ଯାହାକୁ ନେଇ ସୋଶାଲ୍ ମିଡିଆରେ ଝଢ଼ ସୃଷ୍ଟି ହୋଇଥିଲା। ଧର୍ମକୁ ଆଳ କରି ଜାୟରାଙ୍କର ଏଭଳି ନିଷ୍ପତ୍ତି ବହୁ ଲୋକଙ୍କ ପସନ୍ଦ ହୋଇନଥିଲା। ହେଲେ ଏବେ ଖବର ଆସୁଛି ଯେ ଜାୟରା ‘ଦ ସ୍କାଇ ଇଜ୍ ପିଙ୍କ୍’ର ଟରୋଣ୍ଟୋ ହେବାକୁ ଥିବା ପ୍ରିମିୟରରେ ସାମିଲ ହୋଇପାରନ୍ତି। ଅବଶ୍ୟ ଏହା ସତ କି ମିଛ ଜଣାପଡ଼ିନାହିଁ, କିନ୍ତୁ ଦର୍ଶକମାନେ ଟ୍ରେଲର୍ ରିଲିଜ୍ ହେବା ପରେ ଲଗାତାର ଭାବେ ଜାୟରାଙ୍କୁ ଟ୍ରୋଲ୍ କରିଚାଲିଛନ୍ତି।
ସୂଚନା ଯୋଗ୍ୟ, କିଛି ମାସ ପୂର୍ବରୁ ଜାୟରା ସୋଶାଲ ମିଡିଆରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ବଲିଉଡ୍ ଛାଡ଼ିବା କଥା ଘୋଷଣା କରିଥିଲେ। ସେ ଲେଖିଥିଲେ ଯେ ସେ ଏହି କାମରୁ ଖୁସି ନାହାନ୍ତି କାରଣ ଏହା ତାଙ୍କ ଧର୍ମ ଓ ତାଙ୍କ ମଧ୍ୟରେ ଦୂରତା ଆଣୁଛି।
ଜଣେ ୟୁଜର ଲେଖିଛନ୍ତି, ‘ଇଏ ସେହି ଜାୟରା ୱସିମ୍ ଯିଏ ଆଲ୍ଲାହଙ୍କ ନାଁରେ ଫିଲ୍ମରୁ ଦୂରେଇଯିବା କଥା କହିଥିଲେ। ଏବେ ସେ ପୁଣି ଫେରିଆସିଛନ୍ତି। ଏସବୁ କ’ଣ କେବଳ ପବ୍ଲିସିଟି ଷ୍ଟଣ୍ଟ ଥିଲା, ଏବେ କୁଆଡ଼େ ଗଲା ଜାୟରା ୱସିମ୍ଙ୍କ ଇସଲାମ୍?’
