ଭୁବନେଶ୍ୱର : ବରଗଡ ଜିଲ୍ଲା ପଦ୍ମପୁରଠାରେ ଆଜି ଆହାର କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆହାର କେନ୍ଦ୍ରକୁ ଉଦଘାଟନ କରିଥିବା ବେଳେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ତହସିଲଦାର ସରୋଜିନୀ ପ୍ରସନ୍ନ କୁଲୁ ପ୍ରମୁଖ ଉପସ୍ଥିତ ଥିଲେ ।
ବିଧାୟକ ଏବଂ ଉପଜିଲ୍ଲାପାଳ ଆହାର କେନ୍ଦ୍ରରେ ବଂଟନ କରାଯାଉଥିବା ଖାଦ୍ୟକୁ ଦେଖିଥିଲେ ଓ ଖାଦ୍ୟର ମାନ ଉପରେ ସନ୍ତୋଷ ପ୍ରକଟ କରିଥିଲେ । ପଦ୍ମପୁର ପାଇଁ ବର୍ତମାନ ଦିନବେଳା ୩୦୦ ଗୋଟି ମିଲ ଏବଂ ରାତି ସମୟରେ ୬୦ ଗୋଟି ମିଲ ପାଂଚ ଟଙ୍କାରେ ଯୋଗାଇ ଦିଆଯାଉଛି ।
କିନ୍ତୁ ଦିନବେଳା ଖାଦ୍ୟ ନ ପାଇ କିଛି ଲୋକ ଫେରି ଯାଉଥିବାରୁ ଆହୁରି ୧୦୦ ଗୋଟି ମିଲ ବଢାଇବା ପାଇଁ ସ୍ଥାନୀୟ ବିଧାୟକଙ୍କ ଦାବୀ ଜଣାଇଥିଲେ ।
