୯୦ ଦଶକର ବଲିଉଡ ସୁପରଷ୍ଟାର ଗୋବିନ୍ଦା ଆଜିକାଲି ପରଦାରେ କମ ଦେଖାଯାଉଥିଲେ ମଧ୍ୟ ସମସ୍ତଙ୍କ ଦିଲ୍ରେ ଏବେ ବି ସେହି କମେଡିଆନ ହୀରୋ ଭାବେ ରାଜ କରନ୍ତି।
ଗୋଟେ ସମୟରେ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡା ଯାଉଥିଲା। ଅଭିନେତ୍ରୀ ରାନୀ ମୁଖର୍ଜ୍ଜୀ ଗୋବିନ୍ଦାଙ୍କ ପ୍ରେମରେ ପାଗଳ ଥିଲେ।

ଗୋବିନ୍ଦା ଓ ରାନୀ ମଧ୍ୟ ଏକା ସହ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ଯାହା ବ୍ଲକ୍ବଷ୍ଟର ହିଟ୍ ହୋଇଛି। ଉଭୟଙ୍କ ଯୋଡି ନେଇ ବଲିଉଡରେ ବେଶ ଚର୍ଚ୍ଚା ହେଉଥିଲା।ରିପୋର୍ଟ ଅନୁସାରେ ଗୋବିନ୍ଦା ଓ ରାନୀ ପାଖା ପାଖି ୪ ବର୍ଷ ଯାଏଁ ରିଲେସନଶିପ୍ରେ ଥିଲେ।

ସେହି ସମୟରେ ରାନୀ ଗୋବିନ୍ଦାଙ୍କୁ ବହୁତ ଭଲ ପାଉଥିଲେ। ଗୋବିନ୍ଦାଙ୍କ ପାଇଁ ସେ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥିଲେ। ରାନୀ ଗୋବିନ୍ଦାଙ୍କୁ ବିବାହ କରିବା ନେଇ ସିରିଅସ ଥିଲେ। ହେଲେ ଗୋଟେ ସମୟରେ କିଛି କାରଣ ଯୋଗୁଁ ଉଭୟଙ୍କ ମଧ୍ୟରେ ବହୁତ ଝଗଡା ହେଉଥିଲା। ଫଳରେ ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ।
