Odia News Portal

ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅହିଂସା ମନ୍ତ୍ର

ଭୁବନେଶ୍ବର()  ଆସନ୍ତା ଅକ୍ଟୋବର ୨ରେ  ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକି ।ଛାତ୍ରଛାତ୍ରୀଙ୍କୁ ଗାନ୍ଧିଜୀଙ୍କ ମନ୍ତ୍ର ବିଷୟରେ ଶିକ୍ଷା ଦେବାପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରୁଛନ୍ତି ।ରାଜ୍ୟର ୬୨ ଲକ୍ଷ ପିଲାଙ୍କୁ ଅହିଂସା ବାବଦରେ ଶିକ୍ଷା ଦିଆଯିବ । ସବୁ ପିଲା ଭାଗନେବେ ଅହିଂସାକୁ ନେଇ କ୍ୱିଜ ପ୍ରତିଯୋଗିତାରେ । ରାଜ୍ୟର ସବୁ ସ୍କୁଲ, ବ୍ଲକ ଓ ଜିଲ୍ଲା ସ୍ତରରେ ହେବ ମହାତ୍ମାଗାନ୍ଧିଙ୍କ ଅହିଂସା ନେଇ କ୍ୱିଜ, ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା । ଚଳିତମାସ ୧୬ରୁ ୧୮ ତାରିଖ ଯାଏଁ ଜିଲ୍ଲା ସ୍ତରରେ ୨୩ରୁ ୨୪ ତାରିଖ ଯାଏଁ ବ୍ଲକ ସ୍ତରରେ ଓ ୨୭ ଓ ୨୮ ତାରିଖରେ ଜିଲ୍ଲା ସ୍ତରରେ ଏହି ପ୍ରତିଯୋଗିତା ହେବ । ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ଘୋଷଣା କରିଛି ।ଅହିଂସା ଶଦ୍ଦ ସହ ଦେଶର ସ୍ୱାଧୀନତା ଓତପ୍ରୋତଃ ଭାବେ ଜଡ଼ିତ ।

ମହାତ୍ମାଗାନ୍ଧୀଙ୍କ ଅହିଂସା ମନ୍ତ୍ର ଯୋଗୁଁ ଦାସତ୍ୱରୁ ମୁକ୍ତ ହୋଇଥିଲା ଭାରତ । ଛାତ୍ରଛାତ୍ରୀମାନେ ମାନେ ମଧ୍ୟ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୁଅନ୍ତୁ ବୋଲି ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।