Odia News Portal

ମୁନିଗୁଡା ରେଳ ଫାଟକ ନିକଟରେ ଦୁର୍ଘଟଣା

ମୁନିଗୁଡା : ଟ୍ରେନ୍ ଲାଇନ୍‌ରେ ଗଡିଲା ଟ୍ରଲର । ବ୍ରେକ୍‌ଫେଲ୍ ଯୋଗୁଁ ଟ୍ରେନ୍ ଲାଇନକୁ ଗାଡିକୁ ନେଇଗଲା ଡ୍ରାଇଭର । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଗଲା ଅନେକ ଜୀବନ । ମୁନିଗୁଡା ରେଳ ଫାଟକ ନିକଟରେ ଦୁର୍ଘଟଣା ହୋଇଛି ।

ମୁନିଗୁଡା-ରାୟଗଡା ଅପ୍ ଲାଇନ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ପହଞ୍ଚି ଗାଡି ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ ରେଲୱେ କର୍ମଚାରୀ ।