Odia News Portal

ଅନୁ ମଲ୍ଲିକ ଗାତୁଆ ମୂଷା:ସୋନା ମହାପାତ୍ର

ଗୀତିକାର ଅନୁ ମଲ୍ଲିକଙ୍କ ନାଁ ଯୌନ ନିର୍ଯ୍ୟାତନାର ଅଭିଯୋଗ ହେବା ପରେ ତାଙ୍କୁ ସିଙ୍ଗିଙ୍ଗ ରିୟଲିଟି ଶୋ ଇଣ୍ଡିଆନ ଆଇଡଲରୁ ବାହାର କରି ଦିଆଯାଇଥିଲା। କିନ୍ତୁ ଏହି ଶୋ ର ନୂଆ ସିଜନରେ ପୁଣି ଥରେ ଅନୁ ମଲ୍ଲିକ ଫେରୁଛନ୍ତି।

ଅନୁଙ୍କ ବିରୋଧରେ ଅଭିଯୋଗ କରିଥିବା ଗାୟିକା ସୋନା ମହାପାତ୍ର ଏଥିପାଇଁ ଅସନ୍ତୁଷ୍ଟ ହୋଇଛନ୍ତି। ସୋନା ଟ୍ବିଟ୍ କରି ଅନୁ ମଲ୍ଲିକଙ୍କ ଉପରେ ରାଗ ସୁଝାଇଛନ୍ତି।

ସୋନା ଲେଖିଛନ୍ତି,ଅନେକ ଅଭିଯୁକ୍ତଙ୍କ ପୁର୍ନବାସ,ସୋନି ଟିଭି ପକ୍ଷରୁ ବର୍ଷେ ମଧ୍ୟରେ ଅନୁ ମଲ୍ଲିକଙ୍କୁ ପୁଣି ଥରେ ଇଣ୍ଡିଆନ ଆଇଡଲ ଶୋ କୁ ଡାକିବା ଅର୍ଥ ସେହି ଲୋକଙ୍କ ମୁହଁରେ ଚାପୁଡ଼ା ମାରିବା ଯେଉଁମାନେ ନିଜ ପିଲାଙ୍କ ପାଇଁ ଏକ ଉନ୍ନତ ଏବଂ ସୁରକ୍ଷିତ ଭବିଷ୍ୟତ ସୃଷ୍ଟି କରିବାକୁ ଚାହଁନ୍ତି। ମୂଷା ଗାତକୁ ଫେରି ଆସୁଛି।’