Odia News Portal

କେବିସିରେ ବିଜେଡି ସାଂସଦ

୨୬ ବର୍ଷ ବୟସରେ ସର୍ବ କନିଷ୍ଠା ବିଜେଡି ସାଂସଦ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଚନ୍ଦ୍ରାଣୀ ମୁର୍ମୁ । କେନ୍ଦୁଝର ଜିଲ୍ଲାରୁ ଦିଲ୍ଲୀ ଯାଏଁ ଚନ୍ଦ୍ରାଣୀ ମୁର୍ମୁଙ୍କର ଯାତ୍ରା ଥିଲା ଖୁବ୍ ରୋମାଂଚକ ।ବର୍ତ୍ତମାନ ଚନ୍ଦ୍ରାଣୀ ଭାରତରେ ଏତେ ଚର୍ଚ୍ଚିତ ହୋଇଗଲେଣି କି ସୋନି ଟେଲିଭିଜନରେ ପ୍ରସାରିତ ଲୋକପ୍ରିୟ କ୍ଵିଜ ଶୋ’ ‘କୌନ ବନେଗା କରୋଡ ପତି’ରେ ନିଜର ନାଁ ଯୋଡି ସାରିଛନ୍ତି । ଚନ୍ଦ୍ରାଣୀ ମୁର୍ମୁଙ୍କ ଉପରେ ପର୍ୟ୍ୟବେଶିତ ଏକ ପ୍ରଶ୍ନର ଉତ୍ତର ଦେଇ କେବିସିରେ ଜଣେ ମହିଳା ପ୍ରତିଯୋଗୀ ଜିତିଛନ୍ତି ୬ ଲକ୍ଷ ୪୦ ହଜାର ଟଙ୍କା ।

ପ୍ରଶ୍ନଟି ଏଭଳି ଥିଲା କି, ୨୦୧୯ ଲୋକସଭା ନିର୍ବାଚନରେ ସବୁଠୁ କମ ବୟସର ସାଂସଦଙ୍କର ନାମ କଣ ? ଆଉ ଏହି ପ୍ରଶ୍ନର ଉତ୍ତର ଥିଲା ଚନ୍ଦ୍ରାଣୀ ମୁର୍ମୁ । ତେବେ ଭାରତୀୟ ଲୋକସଭା ଇତିହାସରେ ଜଣେ ଓଡିଆ ଝିଅ ଏଭଳି ଏକ ଅଧ୍ୟାୟ ଯୋଡିବା ନିଶ୍ଚୟ ଏହା ଓଡିଶାବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ।