Odia News Portal

ପାଣ୍ଡିଆନଙ୍କ ସ୍ପଷ୍ଟ ଓଡିଆରେ ଵିରୋଧୀ ଚୁପ୍

ଭୁବନେଶ୍ବର : ଓଡିଶା ସରକାରଙ୍କ ଫ୍ଲାଗସିପ୍‍ ପ୍ରୋଗ୍ରାମ ୫-ଟି ସଂକ୍ରାନ୍ତରେ ବିଭାଗୀୟ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଉପସ୍ଥିତ ଅଫିସରମାନଙ୍କୁ ସ୍ପଷ୍ଟ ଓଡିଆରେ ବୁଝାଇବା ଅନେକଙ୍କୁ ସ୍ତବ୍ଧ କରିଦେଇଛି । ଶ୍ରୀ ପାଣ୍ଡିଆନ ଯେ ଏତେ ସୁନ୍ଦର ଓଡିଆ କହିପାରନ୍ତି ତାହା ଅନେକଙ୍କ କଳ୍ପନାର ବାହାରେ ଥିଲା । ଆସନ୍ତା ଗାନ୍ଧୀ ଜୟନ୍ତୀରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ‘ମୋ ସରକାର’ ଯୋଜନାରେ ୫-ଟି କିଭଳି ଲାଗୁ ହେବ ଗତକାଲି ବିଭାଗୀୟ ସଚିବ ଶ୍ରୀ ପାଣ୍ଡିଆନ ସେ ସଂକ୍ରାନ୍ତରେ ଅଫିସରମାନଙ୍କୁ ବୁଝାଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ଉପରେ ଗୁରୁତ୍ୱ ଦେଉଥିବାବେଳେ ଆସନ୍ତା ଦୁଇ ତାରିଖରୁ ମୋ ସରକାର ଯୋଜନା ଆରମ୍ଭ ହେବାକୁ ଯାଉଛି । ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ । ତେବେ ୫-ଟିରେ ଥିବା ଟ୍ରାନ୍ସପରାନ୍ସି କିଭଳି ଠିକଣା ଭାବେ ଲାଗୁ ହେବ ସେ ସଂକ୍ରାନ୍ତରେ ବିଭାଗୀୟ ସଚିବ ଶ୍ରୀ ପାଣ୍ଡିଆନ ଅଧିକାରୀମାନଙ୍କୁ ବୁଝାଇଥିଲେ । ସେ ସଫା ସଫା କହିଥିଲେ ଯେ ମୋ ସରକାର ଯୋଜନାଟି ହେଉଛି ନାଗରିକଙ୍କ ସରକାର । ସେମାନେ ସରକାରଙ୍କୁ କ୍ଷମତାକୁ ଆଣିଛନ୍ତି ।

ସେମାନଙ୍କ ପାଇଁ ହିଁ ଯୋଜନା କାର୍ଯ୍ୟକାରୀ ହେଉଛି । ତେଣୁ କୌଣସି କ୍ଷେତ୍ରରେ ଲୋକେ ଯେଭଳି ହଇରାଣ ହରକତ ନହୁଅନ୍ତି ଓ ନ୍ୟାୟ ପାଆନ୍ତି ସେଥିପ୍ରତି ଦୃଷ୍ଟି ଦେବା ହେଉଛି ସରକାରଙ୍କ କର୍ତ୍ତବ୍ୟ । ପ୍ରଥମେ ଏହି ବ୍ୟବସ୍ଥା ପୁଲିସ୍‍ ଓ ସ୍ୱାସ୍ଥ୍ୟ ପ୍ରଶାସନରୁ ଆରମ୍ଭ ହେବ । ଥାନାକୁ ଯାଉଥିବା ସାଧାରଣ ଲୋକଟିଏ ଯେଭଳି ସେଠାରେ ଉତ୍ତମ ବ୍ୟବହାର ସହିତ ନ୍ୟାୟ ପାଇବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଖୋଦ୍‍ ମୁଖ୍ୟମନ୍ତ୍ରୀ ପ୍ରତିଦିନ ଥାନାକୁ ଆସୁଥିବା ଲୋକଙ୍କ ମଧ୍ୟରୁ କେତେକଙ୍କୁ ଫୋନ୍‍ କରି ସେମାନଙ୍କ ଠାରୁ ମତାମତ ସଂଗ୍ରହ କରିବେ ।

ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ସହିତ ଠିକଣା ସମୟରେ ନ୍ୟାୟ ଦେଉଥିବା ପୁଲିସ୍‍ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯିବ । ସେହିଭଳି ଡାକ୍ତରଖାନାକୁ ଆସୁଥିବା ଲୋକଙ୍କ ଠାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମତାମତ ସଂଗ୍ରହ କରିବେ । ଲୋକଙ୍କୁ ହଇରାଣ ହରକତ କଲେ କାହାରିକୁ କ୍ଷମା କରାଯିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀ ପାଣ୍ଡିଆନଙ୍କ ୫-ଟିକୁ ନେଇ ଏଭଳି ମନ୍ତବ୍ୟ ଏବେ ବିରୋଧିଙ୍କ ମୁହଁ ଚୁପ୍‍ କରି ଦେଇଛି । ବିଶେଷକରି ୫-ଟି ସଚିବ ନିଯୁକ୍ତ ସମୟରେ ଯେଉଁମାନେ ଅସନ୍ତୁଷ୍ଟ ଥିଲେ ଓ କିଭିନ୍ନ କାରଣରୁ ୫-ଟିକୁ ନେଇ ନାକ ଟେକୁଥିଲେ ସେମାନେ ଏକ ପ୍ରକାର ନିରବ ।

ତେବେ ବୈଠକରେ ସବୁଠାରୁ ଦୃଷ୍ଟି ଆକର୍ଷଣ କରିଥିଲା ଶ୍ରୀ ପାଣ୍ଡିଆନଙ୍କ ଓଡିଆ ଭାଷାରେ ମତ ରଖିବା । ତାଙ୍କ ସ୍ପଷ୍ଟ ଓଡିଆ ଉଚ୍ଚାରଣ ଅନେକଙ୍କ ପାଇଁ ଇର୍ଷାର କାରଣ ହୋଇଥିଲା । ସାଧାରଣତଃ ଗଣମାଧ୍ୟରୁ ଦୂରେଇ ରହୁଥିବା ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଯେ ଏତେ ସ୍ପଷ୍ଟ ଓଡିଆ କହିପାରନ୍ତି ଓ ଯୋଜନାର ଭିତରକୁ ଯାଇପାରନ୍ତି ତାହା ଅନେକଙ୍କ ପାଇଁ ନୂଆ ଥିଲା । ସେହିଭଳି ଯେଉଁ ଅଧିକାରୀମାନେ ଏବେ ୫-ଟିକୁ ଏକ ପ୍ରକାର ଏଡାଇ ଯାଉଥିଲେ ସେମାନଙ୍କ ପାଇଁ ବି ଗତକାଲିର ବୈଠକ ଏକ ପ୍ରକାର ପାଠଶାଳାରେ ପରିଣତ ହୋଇଛି ।

ରାଜ୍ୟର ନାଗରିକଙ୍କୁ ସ୍ୱଚ୍ଛ ଦୁର୍ନୀତିମୁକ୍ତ ପ୍ରଶାସନ ଦେପାରେ ସରକାର ଯେ ଆଉ ପଛଘୁଞ୍ଚା ଦେବେନାହିଁ ତାହା ସ୍ପଷ୍ଟ ହୋଇଛି । ଅନ୍ୟ ପକ୍ଷରେ ୫-ଟି ସଚିବ ନିଯୁକ୍ତି ସମୟରେ ପ୍ରଶାସନ ଅଳିନ୍ଦରେ କନିଷ୍ଠ ଓ ବରିଷ୍ଠଙ୍କ ନେଇ ଯେଉଁ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା

       ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )