Odia News Portal

ଏହି ଭାରତୀୟ ଅଭିନେତ୍ରୀଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ସୋଏବ

ମୁମ୍ବାଇ ()  ଆଜି ଆମେ ଜଣେ କ୍ରିକେଟରଙ୍କ ଏକ ତରଫା ପ୍ରେମ ବିଷୟରେ କହିବୁ ଯାହା ବୋଧେ ଖୁବ୍ କମ୍ ଲୋକ ଜାଣନ୍ତି। ସେହି ଖେଳାଳି ଜଣକ ହେଲେ ବିଶ୍ବର ସବୁଠାରୁ ଦ୍ରୁତତମ ବୋଲର ପାକିସ୍ତାନର ସୋଏବ୍ ଅଖତର।

ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କ ପ୍ରେମରେ ଏମିତି ପାଗଳ ହୋଇଯାଇଥିଲେ ଯେ ଦିନ ରାତି ତାଙ୍କ ସ୍ବପ୍ନ ଦେଖୁଥିଲେ। ଏକଥା ନିଜେ ସୋଏବ ଏକ ସାକ୍ଷାତକାରରେ କହିଛନ୍ତି।

ସୋଏବଙ୍କ କହିବା ଅନୁଯାୟୀ ଥରେ ଭାରତ ଆସିଥିବା ବେଳେ ସୋନାଲୀଙ୍କ ସହ ଦେଖା ହୋଇଥିଲା। ଆଉ ପ୍ରଥମ ଦେଖାରେ ହିଁ ସୋନାଲୀଙ୍କୁ ମନ ଦେଇବସିଥିଲେ ସୋଏବ୍। ଏପରିକି ସୋଏବ୍ ଭାବି ନେଇଥିଲେ ଯଦି ସୋନାଲୀ ତାଙ୍କ ପ୍ରେମ ନିବେଦନକୁ ସ୍ବୀକାର ନକରିବେ ତେବେ ତାଙ୍କୁ ଅପହରଣ କରିନେବେ। ହେଲେ ପର ମୁହୂର୍ତ୍ତରେ ଏପରି ଭାବନାରୁ ନିବୃତ ରହିଥିଲେ ସୋଏବ୍।