Odia News Portal

ଟିନା ଆହୁଜା କଲେ ବଲିଉଡରେ ଧମାକେଦାର ଡେବ୍ୟୁ

ବମ୍ବେ : ବଲିଉଡରେ ପ୍ରାୟ ସମୟରେ ଷ୍ଟାର କିଡକୁ ନେଇ ଚର୍ଚ୍ଚା ହୋଇଥାଏ। ଅନେକଙ୍କର ପ୍ରଥମ ଫିଲ୍ମ ଆସିସାରିଲାଣି ତ ଆଉ କାହାର ବଲିଉଡରେ ହେବ୍ୟୁ କରିବାକୁ ଯାଉଛନ୍ତି। ଏମିତିରେ ବର୍ଷିୟାନ ଅଭିନେତା ଗୋବିନ୍ଦାଙ୍କର ଝିଅ ଟିନା ଆହୁଜା ମଧ୍ୟ ଜବରଦସ୍ତ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଏକ ମ୍ୟୁଜିକ ଭିଡିଓରେ ଡେବ୍ୟୁ କରିଛନ୍ତି।

ଏହି ଗୀତରେ ସେ ସିଙ୍ଗର ଗଜେନ୍ଦ୍ର ବର୍ମା ସହିତ କରିଛନ୍ତି। ସେହିଭଳି ଗଜେନ୍ଦ୍ର ବର୍ମା ନିଜର ଗୀତ ‘ତେରା ଘାଟା’ରେ ଜବରଦସ୍ତ ସଫଳତାରେ ସମସ୍ତଙ୍କୁ ଚମକାଇ ଦେଇଥିଲେ। ସେହିପରି ଟିନାଙ୍କୁ ଦେଖିବା ପରେ ଲୋକମାନେ ତାଙ୍କର ଫ୍ୟାନ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ବହୁତ ପ୍ରଶଂସା ମିଳୁଛି।

ଟିନା ଗଜେନ୍ଦ୍ରଙ୍କ ସହିତ ‘ମିଲୋ ନା ତୁମ’ଗୀତରେ ଡେବ୍ୟୁ କରିଛନ୍ତି। ଏହି ଗୀତ ୧୯୭୦ରେ ଆସିଥିବା ଫିଲ୍ମ ‘ହୀର ରାଞ୍ଝା’ର ଗୀତ ‘ମିଲୋ ନା ତୁମ ତୋ ଦିଲ ଘବରାଏ’ର ରିମେକ ଭର୍ସନ। ଏହି ଗୀତରେ ଟିନା ବହୁତ ସୁନ୍ଦର ଦେଖାଯାଉଛନ୍ତି।