Odia News Portal

କଟକରେ ବିଏସ୍ଏନ୍ଏଲ୍ ସେବା ବନ୍ଦ

କଟକ()  କଟକ ବିଏସ୍ଏନ୍ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାରୁ କଟକରେ ବିଏସ୍ଏନ୍ଏଲ୍ ସେବା ବନ୍ଦ ହୋଇଛି । ବିଏସ୍ଏନ୍ଏଲ୍ ଅଫିସର ଚତୁର୍ଥ ମହଲରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ବିଏସ୍ଏନ୍ଏଲ୍ ଅଫିସର ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। ତିନୋଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି।

ଅଫିସରେ ସିଲିଂ ଥିବା ଯୋଗୁ ନିଆଁ ଶୀଘ୍ର ବ୍ୟାପିଯାଉଛି। ଫଳରେ ଅଗ୍ନିଶମ କର୍ମଚାରୀ ଭିତରକୁ ଯିବା କଷ୍ଟକର ହୋଇ ପଡ଼ିଛି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।