Odia News Portal

୨୨ ବର୍ଷ ପୂର୍ବର ଭୁଲ ପାଇଁ ଜରିମାନା

୨୨ ବର୍ଷ ପୂର୍ବର ଏକ ଭୁଲ ପାଇଁ ଅଡୁଆରେ ପଡ଼ିଛନ୍ତି ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ କରିଶ୍ମା କପୁର। ଫିଲ୍ମ ‘ବଜରଙ୍ଗ’ ସୁଟିଂ ବେଳେ ଏହି ଦୁଇ ଜଣ ଟ୍ରେନ୍ ଭିତରେ ପଶି ଟ୍ରେନ୍ ଚେନ୍ ଟାଣିଥିବା କାରଣରୁ ତାଙ୍କ ଉପରେ ଜରିମାନା କରାଯାଇଛି।

ଅଭିଯୋଗ ରହିଛି ଯେ ୧୯୯୭ ମସିହାରେ କରିଶ୍ମା ଏବଂ ସନ୍ନି ୨୪୧୩-ଏ ଅପ୍ଲିଙ୍କ୍ ଏକ୍ସପ୍ରେସ୍ର ଜରୁରିକାଳୀନ ଚେନ୍କୁ ଫିଲ୍ମ ସୁଟ୍ ପାଇଁ ଟାଣିଥିଲେ। ଫଳରେ ଟ୍ରେନ୍ଟି ଅଟକି ଯାଇଥିଲା ଓ ଯାତ୍ରୀମାନେ ୨୫ ମିନିଟ୍ ପର୍ୟ୍ୟନ୍ତ ଅଟକି ରହିଥିଲେ।