Odia News Portal

ପିଆଜ ବଜାରରେ ତାତି, ଖାଉଟି ଏବେ ଚିନ୍ତାରେ ..

ଭୁବନେଶ୍ବର : ପିଆଜ ବଜାରରେ ତାତି । ପ୍ରଥମେ ପିଆଜକୁ ନେଇ ଚାଷୀ ଲୁହ ଗଢ଼ାଇଥିଲେ ଏବେ ଗ୍ରାହକ କାନ୍ଦୁଛନ୍ତି । କାରଣ ପିଆଜ ଦର ଏବେ ଆକାଶ ଛୁଆଁ ହେଲାଣି । ଦର ହୁ ହୁ ହୋଇ ବଢ଼ୁଥିବାରୁ ଖାଉଟିଙ୍କ ପାଇଁ ଚିନ୍ତା ବଢାଇଦେଇଛି । ସପ୍ତାହକରେ ପିଆଜ ଦର କିଲୋ ପିଛା ୫୦ ଟଙ୍କା ଛୁଇଁଲାଣି ।

ଆଗକୁ ଆହୁରି ବଢ଼ିବା ନେଇ ସମ୍ଭାବନା ରହିଛି । ମହାରାଷ୍ଟ୍ରରେ ବନ୍ୟା ଯୋଗୁଁ ଓଡ଼ିଶା ବଜାରରେ ପିଆଜ ଦରରେ ତାତି ବଢ଼ିଛି ବୋଲି ଦୋକାନୀ କହୁଛନ୍ତି । ତେବେ ବ୍ଯବସାୟୀ ମାଲାମାଲ୍ ହେଉଥିବା ବେଳେ ସାଧାରଣ ଖାଉଟି ଚଢା ଦରରେ ବିକ୍ରି ହେଉଥିବା ପିଆଜକୁ ହାତ ମାରିପାରୁନାହାନ୍ତି । ଖାଉଟିମାନେ ଯେପରି ସୁଲଭ ଦରରେ ପିଆଜ ପାଇ ପାରିବେ ସେ ନେଇ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି ।