Odia News Portal

ବିପାଶା ବସୁ ଭାବବିହ୍ଵଳ ହୋଇ ଲେଖିଲେ ଏମିତି ପୋଷ୍ଟ

ବିପାଶା ବସୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଥାପିବାକୁ ୧୮ ବର୍ଷ ପୂରିଛି। ବଲିଉଡ୍‌ ଫିଲ୍ମ ‘ଅଜନବୀ’ରେ ସେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ବିପାଶାଙ୍କ ସହ ବବି ଦେଓଲ, ଅକ୍ଷୟ କୁମାର ଏବଂ କରୀନା କପୁର ମଧ୍ୟ ଅଭିନୟ କରିଛନ୍ତି। ସେତେବେଳେ ଏହି ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ପ୍ରଥମ ଫିଲ୍ମ ହିଟ୍‌ ହେବା ପରେ ବିପାଶା ଆଉ ପଛକୁ ଫେରିନଥିଲେ। ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ମିଳିଚାଲିଥିଲା।

୧୮ ବର୍ଷ ପୂର୍ତ୍ତି ଅବସରରେ ବିପାଶା ଅଜନବୀର ଏକ ପୋଷ୍ଟର ନିଜ ଟାଇମ୍‌ଲାଇନ୍‌ରେ ସେୟାର କରି ଏକ ଭାବାତ୍ମକ କ୍ୟାପସନ୍‌ ଲେଖିଛନ୍ତି। ଫଟୋରେ ସେ କ୍ୟାପସନ୍‌ ଲେଖିଛନ୍ତି ଯେ, ୧୮ ବର୍ଷ ପୂର୍ବରୁ ଫିଲ୍ମ ଅଜନବୀ ରିଲିଜ୍‌ ହେବା ସହ ଆମ ଫିଲ୍ମ ଇଣ୍ଡଷ୍ଟ୍ରୀ ମତେ ସ୍ୱାଗତ କରିଥିଲା ଏବଂ ଦର୍ଶକମାନେ ମଧ୍ୟ ଖୁବ୍‌ ସ୍ନେହରେ ମୋତେ ହୃଦୟରେ ସ୍ଥାନ ଦେଇଥିଲେ। ଫିଲ୍ମ ମାଧ୍ୟମରେ ଜୀବନର ଏହି ଅଦ୍ଭୁତ ଯାତ୍ରା ପାଇଁ ମୁଁ ଋଣୀ। ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ମୁଁ ନିଜକୁ ନେଇ ଗର୍ବ ଅନୁଭବ କରୁଛି।

ସମସ୍ତ ନିର୍ମାତା, ସହ-କଳାକାର ଏବଂ ଫିଲ୍ମର ପୂରା ଟିମ୍‌କୁ ଧନ୍ୟବାଦ ଜଣାଉଛି। ମୋତେ ଓ ମୋ କାମକୁ ଭଲ ପାଇଥିବା ସମସ୍ତଙ୍କୁ ଧନ୍ୟବାଦ। ଅବାସ୍‌ ଭାଇ, ମସ୍ତାନ ଭାଇ, ହୁସେନ୍‌ ଭାଇ, ବବି ଦେଓଲ, କରିନା, ବିଜୟ ଗିଲାନୀ ଏବଂ ସମସ୍ତ କଳାକାରଙ୍କୁ ଧନ୍ୟବାଦ।’ ୨୦୧୫ ରେ ‘ଏଲୋନ୍‌’ ଫିଲ୍ମରେ ଶେଷ ଥର ପାଇଁ ବିପାଶା ନଜର ଆସିଥିଲେ। ଏହି ଫିଲ୍ମରେ ସେ ସ୍ୱାମୀ କରନ୍‌ ସିଂହ ଗ୍ରୋଭରଙ୍କ ସହ ଅଭିନୟ କରିଥିଲେ। କରନ୍‌ଙ୍କୁ ବିବାହ ପରେ ବିପାଶା ଫିଲ୍ମରୁ ବ୍ରେକ୍‌ ନେଇଛନ୍ତି।

ମାତ୍ର କରନ୍‌ ସିଂହ ଗ୍ରୋଭର ଏବେ ଏକତା କପୁରଙ୍କ ସିରିୟଲ୍‌ ‘କସୌଟି ଜିନ୍ଦେଗୀ କି ୨’ରେ ମିଷ୍ଟର ବଜାଜ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି। ସିରିୟଲ୍‌ରେ କିଛିଦିନ ତଳେ ମିଷ୍ଟର ବଜାଜ୍‌ଙ୍କ ବିବାହ ପ୍ରେରଣାଙ୍କ ସହ ହୋଇଛି। ଏହି ସିନ୍‌ ପାଇଁ ବିପାଶା ନିଜେ କରନ୍‌ଙ୍କୁ ପ୍ରସ୍ତୁତ କରିଥିଲେ। ସୁଟିଂ ବେଳେ ବଙ୍ଗାଳୀ ରୀତିନୀତି ସମ୍ପର୍କରେ ବିପାଶା ଏକ ଲିଷ୍ଟ ପ୍ରସ୍ତୁତ କରି କରନ୍‌ଙ୍କୁ ଦେଇଥିବା ଜଣାଯାଇଛି।