Odia News Portal

ମହଙ୍ଗା ପଡିଲା ମଦ ପିଇ ଗାଡ଼ି ଚଲାଇବା

ମୟୂରଭଞ୍ଜ : ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା ମଦ ପିଇ ଗାଡ଼ି ଚଲାଇବା । କାର୍ଯ୍ୟରୁ ନିଲମ୍ବିତ ହେଲେ ମୟୂରଭଞ୍ଜର ଏଏସ୍‌ଆଇ ଶୁଭେନ୍ଦୁ ବେହେରା । ବେପରୁଆ ଗାଡି ଚାଳନା ପାଇଁ ଏଏସ୍‌ଆଇଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍‌ପି । ଗତକାଲି ମଦ ପିଇ ଗାଡ଼ି ଚଲାଉଥିବା ବେଳେ ଏଏସ୍‌ଆଇଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଗାଡ଼ି ଦୁର୍ଘଟଣାରେ ଆହତ ହୋଇଥିଲେ ୨ ଯୁବକ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ । ଖବର ପାଇ ଉଦଳା ପୋଲିସ ପହଞ୍ଚି ଏଏସ୍‌ଆଇଙ୍କୁ ଉଦ୍ଧାର କରିଥିଲା । ଏନେଇ ଶୁଭେନ୍ଦୁ ବେହେରାଙ୍କ ନାଁରେ ମାମଲା ରୁଜୁ କରାଯିବା ସହ ତାଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍‌ପି । ଏଏସ୍‌ଆଇ ପୂର୍ବରୁ କପ୍ତିପଦା ଥାନାରେ କାର୍ଯ୍ୟରତ ଥିବା ବେଳେ ଏକ ବିବାଦୀୟ ମାମଲାରେ ଛନ୍ଦି ହୋଇ ସପ୍ତାହେ ତଳେ ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଥିଲେ ।