Odia News Portal

ପ୍ରତାପ ଜେନାଙ୍କ ହଠାତ୍ ସ୍କୁଲ ପରିଦର୍ଶନ

ରାଉରକେଲା : ପିଲାଙ୍କୁ ପାଠପଢ଼ାଇଲେ ମନ୍ତ୍ରୀ। ଖାଲି ପାଠ ପଢ଼ାଇ ନାହାନ୍ତି ପିଲାଙ୍କ ସହ ଭାବବିନମୟ ମଧ୍ୟ କରିଛନ୍ତି। ଯାହା ସୁନ୍ଦରଗଡ ଜିଲ୍ଲା ସୁନ୍ଦରଗଡ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ସୁନ୍ଦରଗଡ ଜିଲ୍ଳା ଗସ୍ତରେ ଅଛନ୍ତି ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା। ସେ ମଧ୍ୟ ସ୍କୁଲକୁ ଯାଇ ପିଲାଙ୍କ ସହ ସମୟ ବିତାଇଛନ୍ତି।

ତା’ ସହିତ ସେ ପିଲାଙ୍କୁ ଗଣିତ ପଠାଇଛନ୍ତି । ମଧ୍ୟାହ୍ନ ଭୋଜନ ହେଉ ଅବା କ୍ଳାସ ରୁମ ସବୁଥିରେ ସ୍କୁଲଟି ବେଶ ଉଚ୍ଚକୋଟିର। ମନ୍ତ୍ରୀଙ୍କ ପ୍ରୋଗ୍ରାମରେ ସ୍କୁଲ ଭିଜିଟ ନ ଥିଲା । କିନ୍ତୁ ମନ୍ତ୍ରୀ ହଠାତ୍ ସ୍କୁଲ ପରିଦର୍ଶନ କରିଥିଲେ । ଆଉ ସେ ପ୍ରାୟ ୪୫ ମିନିଟ କାଳ ସ୍କୁଲରେ ରହିଥିଲେ। ଯାହା ଏବେ ସୋପିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।