Odia News Portal

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,ଏଣିକି ମାସ ଶେଷରେ ମିଳିବ ଦରମା

ଭୁବନେଶ୍ବର () ରାଜ୍ୟସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର।ଏଣିକି ମାସର ଶେଷ କାର୍ୟ୍ୟ ଦିବସରେ କର୍ମଚାରୀଙ୍କୁ ଦରମା ମିଳିବ। ଏ ସମ୍ପର୍କିତ ଏକ ବିଜ୍ଞପ୍ତି ମଙ୍ଗଳବାର ଅର୍ଥ ବିଭାଗ ପକ୍ଷରୁ ଜାରି କରାଯାଇଛି। ପୂର୍ବରୁ ପରବର୍ତ୍ତୀ ମାସର ପ୍ରଥମ ଦିନରେ ଦରମା ମିଳୁଥିଲା। ମାତ୍ର ଏବେ ଏହା ଦିନକ ପୂର୍ବରୁ ଅର୍ଥାତ୍ ମାସର ଶେଷ ଦିନରେ ମିଳିବ ବୋଲି ଅର୍ଥ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।