ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନରେ ସ୍ୱଚ୍ଛତା ଆଣିବାପାଇଁ ୫-ଟି ଓ ମୋ ସରକାର ଭଳି ଯୋଜନା
କାର୍ଯ୍ୟକାରୀ କରୁଥିବାବେଳେ ରାଜ୍ୟର ଜଣେ ମନ୍ତ୍ରୀ କିନ୍ତୁ ଏହାକୁ ଭ୍ରୁକ୍ଷେପ ନକରି ନିଜ ବେପାରରେ ମାତିଛନ୍ତି । ମନ୍ତ୍ରୀଙ୍କର
ବେପାର ହେଉଛି ଜମି । ପ୍ରଥମଥର ମନ୍ତ୍ରୀ ହେବା ସମୟରେ ରାଜଧାନୀରେ ପାଖାପାଖି ୫୦ଟି ପ୍ଲଟ ପକାଇଥିବାବେଳେ ଏବେ
ସେହି ନିଶାରେ ମସଗୁଲ ଅଛନ୍ତି । ଯେଉଁଠି ପାରୁଛନ୍ତି ଜମି କିଣି ପକାଉଛନ୍ତି ।
ରାଜ୍ୟ ମନ୍ତ୍ରୀମଣ୍ଡଳରେ ଥିବା ଏହି ବରିଷ୍ଠ ମନ୍ତ୍ରୀ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମଥର ହାଲୁକା ବିଭାଗ ଦେଇଥିବାବେଳେ ଏଥର ଆଉ ଟିକେ ଖସାଇ ଦେଇଛନ୍ତି । ତେବେ ଯଦି ଓ ମନ୍ତ୍ରୀ ଏଥିପାଇଁ ଟିକେ ମନମରା ଅଛନ୍ତି କିନ୍ତୁ ଜମି ବେପାରଟି ଭଲରେ
ଚାଲିଥିବାରୁ ସେ ଆଉ ନିଜ ପଦ ପଦବୀ ପ୍ରତି ଧ୍ୟାନ ଦେଉନାହାନ୍ତି । ଇତି ମଧ୍ୟରେ ଖଣ୍ଡଗିରି ଅଞ୍ଚଳରେ ଜଣେ ବିଜେଡି ନେତାଙ୍କୁ ଧରି ସେଠାରେ ଏକାଧିକ ଜମି କିଣିଥିବା ଜଣାଯାଇଛି । ତେବେ ମନ୍ତ୍ରୀ ଜଣଙ୍କ ଏବେ ସେହି ପ୍ଲଟ ବିକ୍ରି କରିବାକୁ ବାହାରିଛନ୍ତି । ସେଠାରେ ରହିଥିବା ଜଣେ ମହିଳାଙ୍କୁ ନେଇ ମନ୍ତ୍ରୀ ବିବାଦ ଘରକୁ ଆସିଥିବାରୁ ମନ୍ତ୍ରୀ ଜଣଙ୍କ ଏବେ ସେହି ଇଲାକାକୁ ଆଉ ଯିବାକୁ ରାଜି ହେଉନାହାନ୍ତି ।
ନଜି ବିଭାଗ ପ୍ରତି ଠିକଣା ଭାବେ ଧ୍ୟାନ ଦେଉନଥିବା ରାଜ୍ୟର ଏହି ବରିଷ୍ଠ ମନ୍ତ୍ରୀ ଜଣଙ୍କ ଅତୀତରେ ବହୁ କେଲେଙ୍କରୀରେ
ଜଡିତ ଥିବାବେଳେ କୌଣସି ପ୍ରକାରେ ସିବିଆଇ ହାବୁଡରୁ ଖସି ଯାଇଥିଲେ । ସୂଚନା ଅନୁଯାୟୀ ପୂର୍ବରୁ ସେ କାର୍ଯ୍ୟରତ ଥିବା
ସରକାରୀ ଦପ୍ତରରେ ବହୁ କେଳେଙ୍କାରୀରେ ଲିପ୍ତ ଥିବାବେଳେ ସିବିଆଇ ଖୋଳତାଡ କରିଥିଲା । ତେବେ ସେତେବେଳେ
କୌଣସି ସୂଚ୍ରରୁ ଖବର ପାଇ ସେ ସ୍ଥାନ ପରିବର୍ତ୍ତନ କରିଦେଇଥିଲେ । ସେହିଭଳି ଚାକିରିରେ ଥିବା ସମୟରେ ବି ଗୋଟିଏ ବଳାକ୍ରାର ମାମଲାରେ ନାମ ଉଠିଥିଲେ ବି ଭାଗ୍ୟଦେବୀ ସହାୟକ ହେବାରୁ ସେ ଖସିଯାଇଥିଲେ ।
ମନ୍ତ୍ରୀ ସେତେବେଳେ ଯେଉଁ ମଲେଇ ଖାଇଥିଲେ ସେଥିପାଇଁ ଜଣେ ଆଇଏଏସ୍ ଅଫିସର ଦଣ୍ଡ ପାଇଥିଲେ । ମନ୍ତ୍ରୀଙ୍କର ଜମି ଅଧିଗ୍ରହଣ ନିଶା ଏତେ ପ୍ରବଳ ହୋଇଛି ଯେ ନିଜ ନିର୍ବାଚନମଣ୍ଡଳୀରେ ଥିବା କିଛି ସରକାରୀ ଜାଗାକୁ
ବସ୍ତି ବାସିନ୍ଦାଙ୍କ ସହାୟତାରେ ଦଖଲ କରି ରଖିଛନ୍ତି । ସରକାର ଯେତେଥର ଏହାକୁ ମୁକୁଳାଇବାକୁ ଯାଉଛନ୍ତି ସେତେଥର ମନ୍ତ୍ରୀ
ଜଣଙ୍କ କାଇଦାକରି ତାହାକୁ ବାତିଲ କରିଦେଇଛନ୍ତି । ଏବେ ରାଜ୍ୟର ଏହି ମବୀଜଣଙ୍କ ଏକୁଟିଆ ହୋଇଯାଇଥିବାବେଳେ ତାଙ୍କ ଠାରୁ ବହୁ ବିଜେଡି ବିଧାୟକ ଦୂରେଇ ରହୁଛନ୍ତି ।
ଶୁଣାଯାଉଛି ଯେ ପରିଣତ ବୟସରେ ପହଞ୍ଚିଥିବା ଏହି ରଙ୍ଗିଲା ମନ୍ତ୍ରୀ ଜଣଙ୍କ ଏକାଧିକ ମହିଳାଙ୍କ ସହିତ ଲଟର ପଟର ହେବା ସୂଚନା ପାଇଲା ପରେ ବିଜେଡି ନେତାମାନେ ବଦନାମ ହେବା ଭୟରେ ମନ୍ତ୍ରୀ ଙ୍କ କରଛଡା ଦେଉଛନ୍ତି । ତେବେ ମନ୍ତ୍ରୀ ଙ୍କର ଗୋଟିଏ ଭଲ ଗୁଣ ହେଉଛି ସିଏ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ସହିତ ସାମିଲ କରି ରଖିଛନ୍ତି । ଚାକିରିରେ ଥିବାବେଳେ ଆଖିବୁଜା ସାହାଯ୍ୟ କରିଥିବାରୁ ଗଣମାଧ୍ୟମର କିଛି ପ୍ରତିନିଧି ତାହାକୁ ଭୁଲିପାରୁ ନାହାନ୍ତି ।
ତେବେ ମୁଖ୍ୟମନ୍ତ୍ରୀଙ୍କ କାନରେ ମନ୍ତ୍ରୀ ଙ୍କର ଏଭଳି ଜମି ବେପାର ଖବର ପହଞ୍ଚିବାପରେ ଏବେ ତାହାର ଖୋଳତାଡ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ମନ୍ତ୍ରୀ ଙ୍କ ଜମି ତାଲିକା ପ୍ରସ୍ତୁତ ଚାଲିଥିବାବେଳେ ପୂର୍ଣ୍ଣାଙ୍ଗ ତାଲିକା ଆସିଲେ ସରକାରଙ୍କ ଭାବମୂର୍ତ୍ତିକୁ ଅଡୁଆରେ ପକାଇବ ବୋଲି ଖୋଦ୍ ଦଳୀୟ ନେତାମାନେ କହି ବୁଲିଲେଣି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )