Odia News Portal

ଭାଲୁ ଆକ୍ରମଣରେ ସରୋଜ ଗୁରୁତର

ବାଲେଶ୍ଵର : ନୀଳଗିରି ଥାନା ଅଧିନ ମାନଗଡ଼ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।।ଔପଦା ବ୍ଲକ୍ ଅଧିନ ଏହି ଗ୍ରାମର ବିଦ୍ୟାଧର ବେହେରାଙ୍କ ପୁଅ ସରୋଜ ବେହେରା ଗତକାଲି ରାତି ୧୦ଟା ସମୟରେ ଘରକୁ ଫେରୁଥିବା ସମୟରେ ନୀଳଗିରି ପଞ୍ଚଲିଙ୍ଗେଶ୍ବର ରାସ୍ତା ମାନଗଡ଼ ଛକରେ ଥିବା ପେଟ୍ରୋଲ ପମ୍ପ୍ ନିକଟରେ ଦୁଇଟି ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।