ରାଜସ୍ଥାନ : ଆଜି ରାଜସ୍ଥାନ ଯୋଧପୁର କୋର୍ଟରେ ହାଜର ହେବେ ସଲମନ ଖାନ୍। କୃଷ୍ଣ ସାର ମୃଗ ହତ୍ୟା ମାମଲାରେ ସେ କୋର୍ଟରେ ହାଜର ହେବାର ରହିଛି। ଏହା ପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଦିଆଯାଇଛି। ଫେସବୁକ୍ରେ ସଲମନ ଖାନ୍ଙ୍କ ଫଟୋ ଉପରେ ଏକ ନାଲି କ୍ରସ ମରାଯାଇଛି। ଏଥିରେ ଉଲ୍ଲେଖ ରହିଛି, ସଲମନ ତୁମେ ଆଇନ ଉପରେ ବୋଲି ଭାବିପାର । କିନ୍ତୁ ବିଶ୍ନୋଇ ସଂପ୍ରଦାୟ ଓ ସୁପୋ ପାର୍ଟି ତୁମକୁ ମୃତ୍ୟୁ ଦଣ୍ଡ ଦେଇଛି। ତୁମେ ସୁପୋ କୋର୍ଟରେ ଦୋଷୀ ।
୧୯୯୮ ମସିହାରେ ଯୋଧପୁରରେ ହମ୍ ସାଥ ସାଥ ହେଁ ଫିଲ୍ମୀ ସୁଟିଂ ବେଳେ ୨ଟି କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୫ ବର୍ଷର ଜେଲ ଦଣ୍ଡ ହୋଇଥିବା ବେଳେ ଏବେ ସଲମନ ଜାମିନରେ ଅଛନ୍ତି। ସେପଟେ ଏହି ମାମଲାରେ ସୈଫ ଅଲି ଖାନ୍, ସୋନାଲି ବେନ୍ଦ୍ରେ ଆଦି ୫ ଜଣ ଅଭିନେତା ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।