Odia News Portal

ଦୁଇ ପୁରାତନ ମାର୍କେଟ କଂପ୍ଲେକ୍ସ ହେବ ଉଚ୍ଛେଦ, ଜାରି ହେଲା ନୋଟିସ

ପୁରୀ : ପୁରୀ ମହୋଦଧି ମାର୍କେଟ କଂପ୍ଲେକ୍ସ ଓ ମୁନିସିପାଲିଟି ମାର୍କେଟ କଂପ୍ଲେକ୍ସ। ଏଗୁଡ଼ିକ ଅସୁରକ୍ଷିତ ଥିବାରୁ ଭାଙ୍ଗିବାକୁ ନୋଟିସ ଜାରି କରିଛି ପୁରୀ ପୌରପାଳିକା। ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ କଂପ୍ଲେକ୍ସ ଓ ବଡ଼ଦାଣ୍ଡ ମାର୍କେଟ ଥିବା ମୁନିସିପାଲିଟି ମାର୍କେଟ କଂପ୍ଲେସ ପ୍ରାୟ ୫୦ ବର୍ଷ ପୁରୁଣା ଓ ସଂପୂର୍ଣ୍ଣ ଅସୁରକ୍ଷିତ ରହିଛି।

ଏଥିରେ ବହୁ ବର୍ଷ ଧରି ଦୋକାନ କରିଥିବା ଦୋକାନୀଙ୍କୁ ଦୋକାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହୋଦଧି ମାର୍କେଟ କଂପ୍ଲେକ୍ସକୁ ଅକ୍ଟୋବର ୪ତାରିଖ ପୂର୍ବରୁ ଦୋକାନ ଖାଲି କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି ମୁନିସିପାଲିଟି ମାର୍କେଟ କଂପ୍ଲେକ୍ସକୁ ୧୫ଦିନ ମଧ୍ୟରେ ଖାଲି କରିବାକୁ ନିର୍ଦ୍ଦେଶ ରହିଛି। ୨୦୧୭ରୁ ଏଗୁଡ଼ିକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ,

ସେପଟେ ଦୋକାନ ଘର ଖାଲି ନେଇ ନୋଟିସ ପାଇବା ପରେ ଆଶଙ୍କାରେ ବ୍ୟବସାୟୀ।