ଇନ୍ଧନ ନ ଥିବା ବାହାନାରେ ଚାଲୁନ ଥିଲା ଜେନେରେଟର,
ସରକାରୀ ଅନୁଦାନ ପ୍ରଦାନ କରୁନ ଥିବା ଦର୍ଶାଇ ରୋଗିଙ୍କୁ ଯୋଗାଇ ଦିଆ ଯାଉ ନ ଥିଲା ଶୁଖା ଖାଦ୍ୟ,
ମାସ ମାସ ସଂଖ୍ୟା ଟଏଲେଟରେ ପଡୁନ ଥିଲା ଫିନାଇଲ
ଘୁ. ଉଦୟଗିରି : କନ୍ଧମାଳ ଜ଼ିଲ୍ଲାର ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାହା ଉପରେ ନିର୍ଭର କରନ୍ତି ୮ଟି ପଞ୍ଚାୟତର ସମେତ ରାଇକିଆ, ଟିକାବାଲି ଏବଂ ଅନ୍ୟ ବ୍ଲକର ଜନସାଧାରଣ । ହେଲେ ଅତି ପରିତାପର ବିଷୟ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟାରେ ପରିପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗୋଟିଏ ପଟେ ଡାକ୍ତରଙ୍କ ସମସ୍ୟା ଲାଗି ରହି ଥିବା ବେଳେ ରୋଗିଣାଙ୍କୁ ସରକାରୀ ସୁବିଧା ଯୋଗାଇବାରେ ମେଡିକାଲ କର୍ମଚାରୀ ଫେଲ ମାରି ଥିବା ଚିକିତ୍ସାଧୀନ ରୋଗୀ ମତ ପ୍ରକାଶ କରିଛନ୍ତି । ବର୍ଷ ବର୍ଷ ଧରି ରୋଗୀଙ୍କୁ ସରକାରୀ ଖାଦ୍ୟ ପ୍ରଦାନ କରାଯାଉ ନ ଥିଲା ତା ସାଙ୍ଗକୁ ଅଘାଷିତ ବିଦ୍ୟୁତ କାଟ ହେଲେ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ଧକାର ମୟ ହେଉ ଥିଲା ।
ଚାଲୁନ ଥିଲା ଏକ୍ସରେ ଯନ୍ତ୍ର ଗରିବ ଜନସାଧାରଣଙ୍କ ପାଇଁ ମିଳୁ ନ ଥିଲା ଆମ୍ବୁଲାନ୍ସ ଏବଂ ଶବ ବୁହା ଗାଡି, ପ୍ରସବ ପାଇଁ ପଠା ଯାଉ ଥିଲା ଫୁଲବାଣୀ କିମ୍ବା ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୁଖ୍ୟ ଅଧିକାରୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସନ୍ତି ୧୨ଟା ସମୟରେ । ଅନେକ ସମୟରେ ଡାକ୍ତରଙ୍କ ଅବହେଳା ଏବଂ ଅନୁପସ୍ଥିତ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟୁ ଥିବାର ଅଭିଯୋଗ ହେଉ ଥିଲା । ମେଡିକାଲ ଆବର୍ଜନାରେ ପରିପୂର୍ଣ୍ଣ ଥିଲା, ରୋଗି ଏହି ଠାରେ ରହି ଚିକିତ୍ସାତ ହେବାକୁ ମଙ୍ଗୁନ ଥିଲେ । ହେଲେ କିଛି ଦିନ ହେବ ମେଡିକାଲ କର୍ମଚାରିଙ୍କ ମଧ୍ୟରେ ଭଗବାନ ଉଭାନ ହୋଇ ଥିଲେ ।
ସମସ୍ତେ କର୍ମଚାରୀ କର୍ମଠ, ବିଶ୍ୱାସ ଯୋଗ୍ୟ ହେବା ସହ ମେଡିକାଲ ଚାକଚକ୍ୟ ହେବାରେ ଆରମ୍ଭ ହୋଇଯାଇଛି ବୋଲି ଆଞ୍ଚଳରେ ମତ ପ୍ରକାଶ ପାଇଛି । ଖବର ପାଇବା ପରେ ଆମ ପ୍ରତିନିଧି ମେଡିକାଲ ପରିଦର୍ଶନ ଯାଇ ଥିଲେ । ମେଡିକାଲରେ କର୍ମଚାରୀଙ୍କ ତାତ୍ପରତା ଏବଂ ମରାମତି କାମକୁ ନେଇ କର୍ମଚାରୀ ଏବଂ ରୋଗୀଣାଙ୍କ ମତାମତ ଲଢ଼ିଥିଲେ । ଦୁଇ ଦିନରୁ ତିନି ଦିନ ହେବ ରୋଗୀକୁ ଶୁଖା ଖାଦ୍ୟ ପ୍ରଦାନ କରାଯାଉ ଥିବା ଜଣେ ଚିକିତ୍ସାଧୀନ ରୋଗୀ କହିବା ସହ ଏକ କେନ୍ଦ୍ରୀୟ ଟିମ ଆଗାମୀ ଦିନରେ ମେଡିକାଲ ପରିଦର୍ଶନରେ ଆସୁ ଥିବାରୁ ସଫେଇ ଏବଂ ମରାମତି କାମ ହେଉ ଥିବା ଜଣେ କାର୍ଯ୍ୟରତ କର୍ମଚାରୀ ମତପ୍ରକାଶ କରି ଛନ୍ତି ।
ମେଡିକାଲ କର୍ମଚାରୀଙ୍କ ଏହି ପରି ଲୋକ ସେବା ମନବୃତି ସବୁଦିନ ପାଇଁ ରହି ବନା କେନ୍ଦ୍ରୀୟ ଦଳ ପରିଦର୍ଶନ ପରେ “ତୁ ଯେତେ ମାଠିବୁ ମାଠେ ମୁଁ ସେହି ଦରପୁଡା କାଠେ ” ନୀତିରେ ପୁଣି ଚଳିବ ମେଡିକାଲ ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି । କେନ୍ଦ୍ରୀୟ ଦଳ ପରିଭ୍ରମଣ ପରେ ଅଂଚଳର ଗରିବ ନିରୀହ ଆଦିବାସୀ ପାଇବେ କି ସରକାରୀ ସୁବିଧା,ଏକ୍ସରେ ଯନ୍ତ୍ର ସବୁଦିନ ଚାଲୁ ହେବକି, ଶୁଖା ଖାଦ୍ୟ ରୋଗୀଙ୍କୁ ମିଳିବ କି, ଗରିବ ଶ୍ରେଣୀର ଗର୍ଭବତୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ ନକରୀ ଏହି ଠାରେ ମିଳିବକି ପ୍ରସବ କରିବାର ସୁବିଧା, ସରକାରୀ ଆମ୍ବୁଲାନ୍ସ ଗରିବ ଶ୍ରେଣୀର ରୋଗୀଙ୍କୁ ମିଳିବକି, ଗରିବ ଶ୍ରେଣୀର ରୋଗିଣାଙ୍କୁ ମିଳିବ କି ସରକାରୀ ମାଗଣା ଔଷଧ ।
ଗରିବ ଲୋକଙ୍କୁ ମିଳିବ କି ଶବ ବୁହାଗାଡି, ମେଡିକାଲରେ ସଦାବେଳେ ଉପଲବ୍ଧ ରହିବେକି ସମସ୍ତ ଡାକ୍ତର କେବଳ ଏତିକି ନୁହେଁ ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ସରକାରୀ ଅନୁଦାନରେ ଅର୍ଦ୍ଧନିର୍ମିତ ମେଡିକାଲ ଘର ସମ୍ପୂର୍ଣ୍ଣ ହେବକି ବୋଲି ଅଞ୍ଚଳ ବାସିଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି । ଅନେକ ସମୟରେ ଘୁ.ଉଦୟଗିରି ମେଡିକାଲର ଅବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ ଦେଖା ଦେଉ ଥିଲା । କିଛି ଦିନ ପୂର୍ବେ ଶବ ବୁହା ଗାଡି ନ ମିଳିବାରୁ ମୃତକ ପରିବାର ବାଇକ ଯୋଗେ ମୃତ ଦେହ ବହି ନେଉ ଥିବାର ଘଟଣା ବେଶ ଚିନ୍ତା ଜଣକ ଏବଂ ଚର୍ଚ୍ଚାର ଘଟଣା ପାଲଟି ଥିଲା ।
ମେଡିକାଲ କର୍ମଚାରୀଙ୍କ ମନମୁଖୀ କାମ ଏବଂ ମେଡିକାଲର ଅ ବ୍ୟବସ୍ଥାକୁ ନେଇ ଜନସାଧାରଣ ଚିନ୍ତିତ ଥିଲେ । ହୁଏ ତ ଏବେ ଦଇବ ଅଞ୍ଚଳ ବାସିଙ୍କୁ ସାହା ହେବେ ବୋଲ ଜଣେ ବୋରିଷ୍ଠ ନାଗରିକ କହିବା ସହ ମେଡିକାଲ ଅବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦାବି କରି ଛନ୍ତି ।
