ମୁମ୍ବାଇ() ବଲିଉଡ୍ ବାଦଶାହ ଶାହରୁଖ ଖାନ୍ଙ୍କ ଝିଅ ସୁହାନା ଶେଷରେ ବଲିଉଡ୍ରେ ଏଣ୍ଟ୍ରି ମାରିଛନ୍ତି। ତାଙ୍କ ଡେବ୍ୟୁ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ୍ ବ୍ଲୁ’ର ଟ୍ରେଲର ଇତିମଧ୍ୟରେ ରିଲିଜ୍ ହୋଇଯାଇଛି। ଟିଜର୍ରେ ସୁହାନା ଅଭିନୟ ବେଶ୍ ଦମ୍ଦାର୍ ହୋଇଛି। ତାଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି। ଆଗକୁ ସେ ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ଟକ୍କର ଦେବାର କ୍ଷମତା ତାଙ୍କ ପାଖରେ ରହିଛି ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତ ଦେଇଛନ୍ତି। ଲଣ୍ଡନରେ ପଢା ଶେଷ କରିବା ପରେ ଏବେ ନ୍ୟୁୟର୍କରେ ଆକ୍ଟିଂ କୋର୍ସ କରୁଛନ୍ତି ସୁହାନା।
