Odia News Portal

‘ଗୁଡ୍ ନ୍ୟୁଜ୍’କୁ ଅପେକ୍ଷା କରିଛନ୍ତି କରୀନା

ମୁମ୍ବାଇ() ଡିସେମ୍ବରରେ ୨୭ରେ ପରଦା ଉପରକୁ ଆସୁଛି କରୀନା ଫିଲ୍ମ ‘ଗୁଡ୍ ନ୍ୟୁଜ୍’। କରୀନା ଏବେ ବେଶ୍ ଉତ୍ସୁକତାର ସହ ଡିସେମ୍ବରକୁ ଅପେକ୍ଷା କରିଛନ୍ତି।ଏହି ଫିଲ୍ମରେ କରୀନାଙ୍କ ନାୟକ ଭାବରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର। କିଆରା ଆଡଓ୍ବାନୀ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ବ୍ୟତୀତ ଇରଫାନ ଖଁ। ଏବଂ କରୀନାଙ୍କୁ ନେଇ ନିର୍ମିତ ‘ଅଂଗ୍ରେଜି ମିଡିୟମ’ ମଧ୍ୟ ରିଲିଜ ଅପେକ୍ଷାରେ ରହିଛି।

ଏକ ସାକ୍ଷାତକାରରେ କରୀନା କହିଛନ୍ତି ମୋତେ ଯେଉଁ ଭୂମିକା ମିଳିଛି ତାହାର ସଫଳତାକୁ ନେଇ ବେଶ୍ ଆଶା ରହିଛି। ବିଶେଷଭାବରେ ଅକ୍ଷୟଙ୍କ ସହ ମୋର ଯୋଡିକୁ ଦର୍ଶକ ନିଶ୍ଚୟ ଗ୍ରହଣ କରିବେ।