Odia News Portal

କେବଳ ବିବାହ ଦିନ ସ୍ନାନ କରନ୍ତି ଏହି ମହିଳା

ଆଫ୍ରିକାର ଉତ୍ତର-ପଶ୍ଚିମରେ ଥିବା ନାମିବିୟାର କୁନେର ଅଞ୍ଚଳରେ ବସବାସ କରନ୍ତି ହୁମ୍ବା ଜନଜାତି। ଏହି ଜନଜାତିର ମହିଳାମାନେ ଜୀବନରେ କେବଳ ଥରଟିଏ ଗାଧାନ୍ତି। ଏହା ସେମାନଙ୍କର ପରମ୍ପରା। କେବଳ ବିବାହ ଦିନ ହିଁ ଏମାନେ ସ୍ନାନ କରିଥାଆନ୍ତି।

ହେଲେ ଏମାନେ ବେଶ୍ ସୁନ୍ଦର। ଏମାନଙ୍କ ଶରୀରର ରଙ୍ଗ ଲାଲ୍। ଏମାନେ ଗାଧାନ୍ତି ନାହିଁ ସତ, କିନ୍ତୁ ଏକ ବିଶେଷ ଧରଣର ଜଡିବୁଟି ବ୍ୟବହାର କରନ୍ତି। ଏହି ଜଡିବୁଟି ସେମାନଙ୍କ ଶରୀରକୁ ସୁସ୍ଥ ରଖିଥାଏ। ତେବେ ଉକ୍ତ ଜଡିବୁଟିକୁ ସିଝାଇ ତାର ରସକୁ ଏମାନେ ଦେହରେ ଲଗାଇ ଥାଆନ୍ତି। ଫଳରେ ଦେହ ଦୁର୍ଗନ୍ଧ ହୋଇ ନ ଥାଏ। ଖାଲି ସେତିକି ନୁହେଁ ଚର୍ମକୁ ସୁସ୍ଥ ରଖିବାକୁ ଏମାନେ ପଶୁଙ୍କ ଚର୍ବି ସହ ହେମାଟାଇଡ(ଲୁହା ଭଳି ଏକ ଖଣିଜ ଧାତୁ)ମିଶାଇ ଏକ ସ୍ବତନ୍ତ୍ର ଧରଣର ଲୋସନ୍ ତିଆରି କରନ୍ତି। ଏହାକୁ ନିୟମିତ ଭାବେ ମଧ୍ୟ ସେ ଦେହରେ ଲଗାଇ ଥାଆନ୍ତି। ତେବେ ହେମାଟାଇଡ କାରଣରୁ ଏମାନଙ୍କ ଦେହର ରଙ୍ଗ ଲାଲ ଦେଖାଯାଇଥାଏ। ସେଥିପାଇଁ ଏମାନଙ୍କୁ ରେଡ୍ ଓମେନ୍ ବୋଲି ମଧ୍ୟ କୁହାଯାଇଥାଏ।