ଭୁବନେଶ୍ୱର() ଭୁବନେଶ୍ୱରରେ ଆୟୋଜିତ ‘ବିଶ୍ୱ କବି ମହାକୁମ୍ଭ’ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେଇଛନ୍ତି।ଏହି ସମ୍ମିଳନୀରେ ମାତୃଭାଷା ଶିକ୍ଷା ଉପରେ ଜୋର ଦେଇଛନ୍ତି ଉପ-ରାଷ୍ଟ୍ରପତି ।
ସେ କହିଛନ୍ତି, ଭାବନାକୁ ପରିପ୍ରକାଶର ସବୁଠାରୁ ଶ୍ରେଷ୍ଠ ମାଧ୍ୟମ ମାତୃଭାଷା ।ତେଣୁ ପିଲାମାନଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ସହ ବିଶ୍ୱବିଦ୍ୟାଳୟ ସ୍ତରରେ କବିତା ଅଧ୍ୟୟନ ଉପରେ ମଧ୍ୟ ଗୁରତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଭେଙ୍କିୟା ନାଇଡୁ କହିଛନ୍ତି ।ଛାତ୍ରଛାତ୍ରୀମାନେ ପ୍ରଥମେ ନିଜ ମାତୃଭାଷା ଶିଖନ୍ତୁ ଏବଂ ପରେ ଅନ୍ୟଭାଷା ଶିଖନ୍ତୁ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି, “ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ। ସମସ୍ତଙ୍କୁ ଏକତାରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ କବିତା ନୁହେଁ ସାହିତ୍ୟ, କଳା, ସଙ୍ଗୀତ ଏବଂ ନୃତ୍ୟ ଶାନ୍ତି ଓ
ଏହା ସହ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ମୃତିଚାରଣ କରି ନାଇଡୁ କହିଛନ୍ତି, “ଗାନ୍ଧି ସତ୍ୟ ଓ ଅହିଂସାର ଦୂତ ଥିଲେ। ଆଜିର ସମୟ ପାଇଁ ଏହା ନିତାନ୍ତ ଆବଶ୍ୟକ। ଭାରତର ସଂସ୍କୃତି ଓ ପରମ୍ପରା ବସୁଧୈବ କୁଟୁମ୍ବକମରେ ବିଶ୍ୱାସ ରଖେ। ସମଗ୍ର ବିଶ୍ୱ ଗୋଟିଏ ପରିବାର।
