Odia News Portal

ଏକାବେଳେ ୪ ସନ୍ତାନଙ୍କୁ ଜନ୍ମଦେଲେ ମହିଳା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଝିଙ୍କି ଗାଁରେ ଜଣେ ମହିଳା ଅଜି ୪ଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ନବ ଜନ୍ମିତ ଶିଶୁମାନେ ମୃତ୍ୟୁବରଣ କରିଛନ୍ତି । ପ୍ରସବ ପରେ ପ୍ରସୂତୀଙ୍କ ଅବସ୍ଥା ସୁସ୍ଥ ରହିଥିବା ଜଣାପଡିଛି ।

ଝିଙ୍କି ଗାଁର ମିନତି ମୁଣ୍ଡା ଆଜି ସକାଳୁ ଘରେ ଦୁଇଟି ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ପୁନର୍ବାର ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ପୁନର୍ବାର ସେ ୨ଟି ସନ୍ତାନକୁ ଜନ୍ମ ଦେଇଥିଲେ ।

ତେବେ ଅପରିପକ୍ବ ଭବସ୍ଥାରେ ପ୍ରସବ ଯୋଗୁଁ ଜନ୍ମିତ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ପ୍ରସୂତୀ ଯଦିଓ ସୁସ୍ଥ ଅଛନ୍ତି ତଥାପି ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତି କରାଯାଇଛି ।