ମୁମ୍ବାଇ() ଆଜି ବଲିଉଡ ଡ୍ରିମ ଗର୍ଲ ହେମା ମାଳୀନିଙ୍କ ଜନ୍ମଦିନ। ବୟସ ବଢିବା ସହ ମଧ୍ୟ ତାଙ୍କ ସୌନ୍ଦର୍ୟ୍ୟ ବଢୁଛି। ଆଜି ୭୧ ବର୍ଷ ବୟସରେ ମଧ୍ୟ ସେ ସେମିତି ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି। ତେବେ ଏହି ଅବସରରେ ଆସନ୍ତୁ ଜାଣିବା ହେମା ମାଳୀନିଙ୍କ ବିଷୟରେ ଅଧିକ କିଛି ।
ହେମା ମାଳୀନିଙ୍କ ଜୀବନୀ ପୁସ୍ତକ ବିୟଣ୍ଡ ଦ ଡ୍ରିମ୍ସ କିଛି ଦିନ ପୂର୍ବରୁ ରିଲିଜ ହୋଇଛି। ଏହି ପୁସ୍ତକରେ ଭାରତୀୟ ସିନେମାର ସୁପରଷ୍ଟାର କାକା ତଥା ବରିଷ୍ଠ ଅଭିନେତା ରାଜେଶ ଖନ୍ନାଙ୍କ ବିଷୟରେ ଏକ ରହସ୍ୟ ଖୋଲିଛନ୍ତି। ପୁସ୍ତକରେ ରାଜେଶ ଖନ୍ନାଙ୍କୁ ନେଇ ବେଶ ଚର୍ଚ୍ଚା ହୋଇଛି। ମୁମ୍ବାଇରେ ଏକ କାର୍ୟ୍ୟକ୍ରମରେ ଦୀପିକା ପାଦୁକୋନ ହେମାଙ୍କ ଜୀବନୀ ପୁସ୍ତକ ଲଂଚ କରିଥିଲେ। ଏହି କାର୍ୟ୍ୟକ୍ରମରେ ହେମା ନିଜ ମନର କଥା ପ୍ରକାଶ କରିଥିଲେ।

ହେମା କହିଛନ୍ତି ଯେ, ସେ ଜାଣିନାହାନ୍ତି ଯେ, ରାଜେଶ ଖନ୍ନାଙ୍କ ସହ ମାମଲା କଣ ଥିଲା ହେଲେ କିଛି ତ ଏମିତି ଥିଲା ଯାହା ତାଙ୍କୁ ପସନ୍ଦ ନଥିଲା। ପ୍ରଥମେ ପ୍ରଥମେ ରାଜେଶ ତାଙ୍କ ସହ ବହୁତ ଅଦ୍ଭୁତ ବ୍ୟବହାର କରୁଥିଲେ। ହେମା କହିଛନ୍ତି ଯେ, ଅବଶ୍ୟ ରାଜେଶ ସେହି ସମୟର ସୁପରଷ୍ଟାର ଥିଲେ, ତାଙ୍କ ଉପରେ ଅନେକ ଝିଅ ଫିଦା ଥିଲେ କିନ୍ତୁ ସେ କୋ ଷ୍ଟାର ଭାବେ ତାଙ୍କୁ ଜମା ଗୁରୁତ୍ବ ଦେଉଥିଲେ।

ରାଜେଶ ନିଜକୁ ନେଇ ବହୁତ ଗର୍ବ କରୁଥିଲେ ଯାହା ହେମାଙ୍କୁ ପସନ୍ଦ ନଥିଲା। ଏହା ପରେ ମଧ୍ୟ ହେମା ଓ ରାଜେଶ ଏକା ସହ ୧୩ଟି ଫିଲ୍ମ କରିଛନ୍ତି।
