ମୁମ୍ବାଇ() ବିଗ୍ ବି ଅମିତାଭ ବଚ୍ଚନ ଅସୁସ୍ଥ । ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଲିଭର୍ ରେ ସମସ୍ୟା ଥିବା ଜଣାପଡ଼ିଛି। ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫିଲ୍ମ ‘କୁଲି’ର ଶୁଟିଂ କରୁଥିବା ସମୟରେ ଅମିତାଭଙ୍କୁ ଆଘାତ ଲାଗିଥିଲା। ସେହି ସମୟରେ ଭୁଲ୍ ରେ ହେପାଟାଇଟିସ୍ ଭାଇରସ୍ ଥିବା ଜଣେ ବ୍ୟକ୍ତି ତାଙ୍କୁ ରକ୍ତ ଦେଇଥିଲେ । ସେବେଠାରୁ ବିଗ୍ ବି ସିରୋସିସ୍ ରୋଗରେ ପୀଡିତ ଅଛନ୍ତି। ଏହି ରୋଗ ଯୋଗୁଁ ତାଙ୍କର ଲିଭର୍ ୭୫ ପ୍ରତିଶତ ଅଂଶ କାମ କରିବା ବନ୍ଦ କରି ଦେଇଛି।
