ମୁମ୍ବାଇ() ପ୍ରାୟ ସମସ୍ତ କଳାକାର ଏବେ ସୋଶାଲ୍ ମିଡିଆ ସାଇଟ୍ରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ଫେସ୍ବୁକ୍, ଟ୍ୱିଟର୍ ଓ ଇନ୍ଷ୍ଟାଗ୍ରାମ୍ରେ ତ ବଲିଉଡ୍ର ପ୍ରାୟ ସମସ୍ତ କଳାକାର ଅଛନ୍ତି। ତେବେ ଆଉ ଟିକେ ଆଗକୁ ଯାଇ କିଛି କଳାକାର ୟୁଟ୍ୟୁବ୍ରେ ନିଜ ନିଜ ଚ୍ୟାନେଲ ଖୋଲିବାକୁ ଲାଗିଲେଣି। ପ୍ରଥମେ ଶିଳ୍ପା ଶେଟ୍ଟୀ ଏଥିରେ ସାମିଲ ହୋଇଥିଲେ। ଏହା ପରେ ପ୍ରିୟଙ୍କା ଚୋପ୍ରା ଓ ଆଲିଆ ଭଟ୍ଟ ବି ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଥିଲେ। ଆଉ ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍। ସେ ବି ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ୍ କରି ଦେଇଛନ୍ତି।

ତାଙ୍କର ଏହି ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସେ ଇଣ୍ଟରନ୍ୟାସ୍ନାଲ୍ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍(ଓଓୠଇ)ରେ ନିଜ ନୃତ୍ୟ ପଛର କାହାଣୀର ଏକ ଭିଡିଓ ପ୍ରଥମ କରି ପୋଷ୍ଟ କରିଛନ୍ତି। ଏହି ଅବସରରରେ ମାଧୁରୀ କହିଛନ୍ତି, “ମୋତେ ଫ୍ୟାନ୍ମାନଙ୍କ ସହିତ ସମ୍ପର୍କରେ ରହିବାକୁ ବହୁତ ଭଲ ଲାଗେ। ମୁଁ ୟୁଟ୍ୟୁବ୍ ପ୍ଲାଟଫର୍ମ ବିଷୟରେ ଅନେକ ସମୟରୁ ଭାବୁଥିଲି।

