Odia News Portal

ଆବାସ ଯୋଜନା ପାଇଁ କଲ ସେଣ୍ଟର

ଭୁବନେଶ୍ୱର() ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଚାଲିଥିବା ଦୁର୍ନୀତି ଏବେ ସରାକରଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି । ଏହି ଦୁର୍ନୀତିକୁ ରୋକିବା ପାଇଁ ରଜ୍ୟ ସରକାର ପ୍ରତି ଜିଲ୍ଲାରେ କଲ ସେଣ୍ଟର ମାନ ଖୋଲିବା ପାଇଁ ନିଷ୍ପତି କରିଛନ୍ତି ।

ଏହି କଲ ସେଣ୍ଟର ତୁରନ୍ତ ଖୋଲିବା ପାଇଁ ରାଜ୍ୟ ସରକାର ବିଭାଗୀୟ ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି । ଏସମ୍ପର୍କରେ ସବୁ ଜିଲ୍ଲାର ପିଡି ଡିଆରଡିଏଙ୍କୁ ଜଣାଇ ଦିଆଯାଇଛି ।ଏହି କଲ ସେଣ୍ଟର ଜରିଆରେ ରାଜ୍ୟ ସରକାର ହିତାଧିକାରୀ ମାନଙ୍କ ଠାରୁ ସିଧାସଳଖ ସେମାନଙ୍କର ଅଭିଯୋଗ ଶୁଣିପାରିବେ ।କଲ ସେଣ୍ଟର ପକ୍ଷରୁ ମଧ୍ୟ ହିତାଧିକାରୀ ମାନଙ୍କୁ ନିୟମିତ ଫୋନ କରାଯାଇ ସେମାନଙ୍କ ମତାମତ ଗ୍ରହଣ କରାଯିବ । ସେମାନଙ୍କର ଯେକୌଣସି ଅଭିଯୋଗ ଆସିଲେ ତାଉପରେ ସରକାର ଆବଶ୍ୟକୀୟ କାର୍ଯ୍ୟନୁÂାନ ଗ୍ରହଣ କରିବେ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।