Odia News Portal

ଥାନା ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ୧୭.୫ କୋଟି ମଞ୍ଜୁର

ଭୁବନେଶ୍ୱର() ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବାରେ ସହାୟକ ହେଉଥିବା ପ୍ରଥମ ପ୍ରାଧାନ୍ୟ ଥାନାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ୫୮୭ ଥାନାକୁ ୧୭.୫ କୋଟି ଟଙ୍କା କଣ୍ଟିଜେନ୍ସି ଫଣ୍ଡ୍ ବା ଅତିରିକ୍ତ ଜରୁରୀକାଳୀନ ପାଣ୍ଠି ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟ୍ୱିନ-ସିଟି ପୋଲିସ୍ କମିଶନରେଟରେ ଥିବା ୪୪ଟି ଥାନା ପାଇଁ ମାସିକ ୪୦ ହଜାର ଟଙ୍କା ଲେଖାଏ ମଞ୍ଜୁର କରାଯାଇଥିବାବେଳେ, ସହ ସହରାଞ୍ଚଳର ୧୪୨ଟି ଥାନା ପାଇଁ ମାସିକ ୩୦ ହଜାର ଟଙ୍କା ଏବଂ ଗ୍ରାମାଞ୍ଚଳର ୩୫୧ଟି ଥାନା ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ କଣ୍ଟିଜେନ୍ସି ଫଣ୍ଡ୍ ବା ଅତିରିକ୍ତ ଜରୁରୀକାଳୀନ ପାଣ୍ଠି ମଞ୍ଜୁରୀ ଦେଇଛନ୍ତି ସରକାର ।