Odia News Portal

ବଦଳିଗଲେ କି ରାନୁ ମଣ୍ଡଳ ? ଫ୍ୟାନଙ୍କୁ ଦେଲେ ଏଭଳି ରିଆକ୍ସନ, ଦେଖନ୍ତୁ ଭିଡିଓ

’ଏକ ପ୍ୟାର କା ନଗମାଟ୍ଟ’ ଗୀତ ପାଇଁ ସୋସିଆଲ ମିଡିଆ ସେନଶେସନ୍ ପାଲଟିଥିବା ରାନୁ ମଣ୍ଡଳଙ୍କ ଜୀବନ ପୂର୍ବ ତୁଳନାରେ ଖୁବ୍ ବଦଳି ଯାଇଛି। ଏପରିକି ତାଙ୍କର ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ଖୁବ୍ ଅଧିକ।
କିନ୍ତୁ ଏବେ ସୋସିଆଲ ମିଡିଆରେ ରାନୁଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ତାଙ୍କର ଜଣେ ମହିଳା ଫ୍ୟାନ୍ ତାଙ୍କ ସହ ଫଟୋ ଉଠାଇବାକୁ ଅନୁରୋଧ କରିବା ସମୟରେ ରାନୁ ତାଙ୍କୁ ଖରାପ ବ୍ୟବହାର ଦେଖାଇଛନ୍ତି। ଏହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।

https://www.facebook.com/parvez.tapadar/videos/547003835865063/?t=30

ଏହି ଭାଇରାଲ ଭିଡିଓରେ ରାନୁ କୁଆଡେ ଏକ ସ୍ଥାନକୁ ସପିଂ କରିବାକୁ ଯାଇଥିବା ବେଳେ ଜଣେ ମହିଳା ଫ୍ୟାନ ରାନୁଙ୍କ ପାଖକୁ ଆସି ତାଙ୍କୁ ଛୁଇଁବା ପରେ ସେଲଫି ନେବାକୁ ଅନୁରୋଧ କରନ୍ତି। ସେ ଯେତେବେଳେ ରାନୁଙ୍କୁ ତାଙ୍କ ସହ ସେଲଫି ନେବାକୁ କହିଥିଲେ, ରାନୁ ହଠାତ ରାଗି ଯାଇଥିଲେ ଓ ସମସ୍ତଙ୍କ ସାମନାରେ ତାଙ୍କୁ ଏଭଳି ଛୁଇଁକି ଡାକିବା ନେଇ ପ୍ରଶ୍ନ ଉଠାଇଥିଲେ। ରାନୁଙ୍କର ଏହି ଭିଡିଓ ଭାଇରାଲ ହେବାମାତ୍ରେ ୟୁଜର୍ସମାନେ ଏହା ଉପରେ କମେଣ୍ଟ ଦେବା ଆରମ୍ଭ କରିଛନ୍ତି। ବହୁ ଲୋକ ରାନୁଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇବା ସହ ସମାଲୋଚନା କରିଛନ୍ତି।