Odia News Portal

ଏୟାର ଇଣ୍ଡିଆ ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାୟପୁର() ଭୁବନେଶ୍ୱର-ମୁମ୍ବାଇ ଏୟାର ଇଣ୍ଡିଆ ବିମାନ ଏଆଇସି -୬୭୦ ଏୟାର ଇଣ୍ଡିଆ ଏ୩୨୧ ରାୟପୁରରେ ଜରୁରି ଅବତରଣ କରିଛି। ବିମାନର ଗୋଟିଏ ଇଞ୍ଜିନ କାମ ନ କରିବା ଯୋଗୁ ଜରୁରି ଅବତରଣ କରିବାକୁ ପଡିଥିଲା। ବିମାନ ଦ୍ୱିତୀୟ ଇଞ୍ଜିନରେ ନିଆଁ ଲାଗିବା ଯୋଗୁ ଇଞ୍ଜିନଟି ଖରାପ ହୋଇଯାଇଥିଲା। ତେବେ ଇଞ୍ଜିନରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ସମସ୍ତ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଥିବା ଜଣାପଡିଛି।

ଫ୍ଲାଇଟରେ ବିଶ୍ୱଜିତ ବେହେରା ନାମକ ଜଣେ ଯାତ୍ରୀ ଟଏଲେଟ୍କୁ ଯାଇଥିବା ବେଳେ ଇଂଜିନର ବାମପଟେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ପରେ ସେ ଏନେଇ ବିମାନର କ୍ରୁ ମେମ୍ବରଙ୍କୁ ଜଣାଇଥିଲେ। ବିମାନଟି ଶୁକ୍ରବାର ଭୁବନେଶ୍ୱରରୁ ୮୯ ଯାତ୍ରୀଙ୍କୁ ନେଇ ମୁମୁମ୍ବାଇ ଉଡିଥିଲା।