Odia News Portal

ଭାଜପା ମିଛ କହୁଛି: ଅରବିନ୍ଦ

ନୂଆଦିଲ୍ଲୀ () ଶିବସେନା ନେତା ତଥା ମୋଦି ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଅରବିନ୍ଦ ସାଓ୍ବନ୍ତ ସୋମବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ରାଜନୀତିକୁ ଦେଖି ସେ ଏହି ଇସ୍ତଫା ଦେଇଥିବା କହିଛନ୍ତି।

ସେ କହିଛନ୍ତି, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅର୍ଥାତ୍ ଲୋକ ସଭା ନିର୍ବାଚନ ସମୟରେ ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ଶିବସେନା ସହ ୫୦-୫୦ ଅଙ୍କକୁ ନେଇ ମେଣ୍ଟ କରିବ ବୋଲି କଥା ହୋଇଥିଲା। ହେଲେ ନିର୍ବାଚନ ଫଳାଫଳ ପରେ କୌଣସି ଦଳକୁ ବହୁମତ ନ ମିଳିବା ଓ ଭାଜପା-ଶିବସେନା ମେଣ୍ଟକୁ ନେଇ ସରକାର ଗଢିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଭାଜପା ଏଥିରେ ସହମତ ହୋଇ ନ ଥିଲା। ଏପଟେ ଶିବସେନା ଅଢେଇ ବର୍ଷୀୟା ମୁଖ୍ୟମନ୍ତ୍ରୀ ପଦ ଦାବି କରିବାରୁ ଶେଷରେ ଭାଜପା ଶିବସେନାକୁ ନେଇ ସରକାର ଗଢିବାକୁ ମନା କରି ଦେଇଥିଲା। ଭାଜପାର ଏହି ନୀତିକୁ ଅରବିନ୍ଦ ନିନ୍ଦା କରିବା ସହ ଭାଜପା ମିଛ କହୁଛି ବୋଲି କହି ଏବେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।