Odia News Portal

ଏଣିକ ଗାଁରେ କରିପାରିବେନି ମନଇଚ୍ଛା ଘର

ଭୁବନେଶ୍ୱର() ଏଣିକି ସହର ପରି ଗାଁରେ ମନଇଚ୍ଛା ଘର କରି ହେବନାହିଁ।ଗାଁରେ ଉଚ୍ଚା ଘର ନିର୍ମାଣ ଉପରେ କଟକଣା ଲଗାଇଲେ ସରକାର । ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ସେ କହିଛନ୍ତି, “ଜି+୨ ବା ତିନି ମହଲାର ଘର କରିବା ପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ। ୫୦୦ ବର୍ଗ ମିଟର ଅଞ୍ଚଳର ଘର କରୁଥିଲେ ଅନୁମତି ନେବାକୁ ପଡ଼ିବ। ଏଥିପାଇଁ ଉପଯୁକ୍ତ ପ୍ଲାନିଂ ସହ ପଞ୍ଚାୟତ ସମିତି ପାଖରେ ଆବେଦନ କରିବାକୁ ପଡ଼ିବ। ଏହାର ଆପ୍ରୁଭାଲ୍ ପାଇଁ ପଞ୍ଚାୟତ ପକ୍ଷରୁ ଜିଲ୍ଲା ପ୍ଲାନିଂ ୟୁନିଟକୁ ପଠାଯିବ। ଜିଲ୍ଲା ପ୍ଲାନିଂ ୟୁନିଟ ଅନୁମୋଦନ କଲେ ଘର ନିର୍ମାଣ କରାଯାଇପାରିବ।”

ମନ୍ତ୍ରୀ ଆହୁରି କହିଛନ୍ତି, ‘ଗାଁଗୁଡ଼ିକ ଯେଉଁ ଘର କରାଯାଉଛି, ସେଥିରେ ଡ୍ରେନେଜ ଓ ସ୍ୱେରେଜ ପ୍ଲାନିଂ କରାଯାଉ ନାହିଁ। ସେଥିପାଇଁ ଏହି ନିୟମ ଲାଗୁ କରାଯାଇଛି। ଯଦି କେହି ଲୋକ ସରକାରୀ ନିୟମ ମୁତାବକ ଘର ନ କରନ୍ତି, କାର୍ୟ୍ୟାନୁଷ୍ଠାନ ନିଆଯିବ।”