Odia News Portal

ଅଜୟଙ୍କ ସହ କାମ କରିବାକୁ ମନା କଲେ ଏହି ଅଭିନେତ୍ରୀ

ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ କାମ କରିବାକୁ ମନା କରିଦେଲେ।
ପରିଣୀତି ଅକ୍ଷୟଙ୍କ ଫିଲ୍ମରେ ଏକ ଅଂଶ ହେବାକୁ ଚାହୁଁଥିଲେ। ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇ ନ ଥିଲା। ପୂର୍ବରୁ ଆଉ ଗୋଟିଏ ଫିଲ୍ମ ପାଇଁ ତାରିଖ ଠିକ୍ କରିସାରିଥିଲେ। ତେଣୁ ଏହି ଫିଲ୍ମ ପାଇଁ ସେ ସମୟ ଦେଇ ପାରୁ ନ ଥିଲେ। ବାଧ୍ୟ ହୋଇ ଫିଲ୍ମ ଛାଡ଼ିବାକୁ ନିଷ୍ପତ୍ତି ନେଲେ। ବର୍ତ୍ତମାନ ପରିଣୀତି ବ୍ୟାଡ୍ମିଟନ ଖେଳାଳି ସାଇନା ନେହଓ୍ବାଲଙ୍କ ବାୟୋପିକ୍ ଫିଲ୍ମକୁ ନେଇ ପୂରା ବ୍ୟସ୍ତ ଅଛନ୍ତି।

ଫିଲ୍ମ ‘ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ଅଜୟ ଦେବଗନଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ନଜର ଆସିବେ।