Odia News Portal

ସୋସିଆଲ ମିଡିଆରେ ଘୂରି ବୁଲୁଛି ସାଂସଦଙ୍କ ଏହି ଭିଡିଓ,ଦେଖନ୍ତୁ

ଟିଏମସି ଏମପି ତଥା ଅଭିନେତ୍ରୀ ନୁସରତ ଜାହାଁ ଆସିୟୁରୁ ଡିସଚାର୍ଜ ହୋଇଛନ୍ତି। ରବିବାର ରାତିରେ ସେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ସେ ଆଇସିୟୁରେ ଭର୍ତ୍ତି ହେବା ପରେ ଅନେକ କଥା ସୋଶାଲ ମିଡିଆରେ ଘୂରି ବୁଲିଥିଲା। ନୁସରତ କୁଆଡେ ଅଧିକ ଡ୍ରଗ୍ସ ନେବାରୁ ଏଭଳି ଆଇସିୟୁରେ ଭର୍ତ୍ତି ହୋଇଥିବା କିଛି ଲୋକ ମତ ଦେଇଥିଲେ। କିନ୍ତୁ ହସ୍ପିଟାଲରେ ବାହାରିବା ପତ୍ର ଏକ ଭିଡିଓ ଜାରି କରି ଘଟଣାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଡଷ୍ଟ ଆଲର୍ଜି ଯୋଗୁ ଆଜମା ବଢିଯାଇଥିଲା। ଏବେ ଆପଣମାନଙ୍କ ଆଶୀର୍ବାଦରୁ ମୁଁ ସମ୍ପୂର୍ଣ୍ଣ ଠିକ୍‌ ଅଛି।