Odia News Portal

ଅଭିନେତ୍ରୀ ମଧ୍ୟରେ ମାରପିଟ୍, ଭିଡିଓ ହେଲା ଭାଇରାଲ,ଦେଖନ୍ତୁ

ମୁମ୍ବାଇ()  ରିୟାଲିଟି ଶୋ’ ବିଗ୍ବସ୍ ୧୩ରେ ପଞ୍ଜାବର ଶେହନାଜ ଗିଲ ଓ ହିମାଂଶି ଖୁରାନା ପରସ୍ପର ଶତୃ ହୋଇ ଏକା ସହ ଖେଳୁଥିଲେ। ହେଲେ ଏବେ ଉଭୟଙ୍କ ଶତୃତା ସାମ୍ନାକୁ ଆସିଛି।ଘର ଭିତରେ ଦୁହେଁ ଏମିତି ଝଗଡା ଲାଗିଲେ ଯେ, ଉଭୟଙ୍କର ମାରପିଟ୍ ହୋଇଥିଲା।ହିମାଂଶି ଘରକୁ ୱାଇଲ୍ଡ କାର୍ଡ ଦ୍ବାରା ଆସିଥିଲେ।ମାତ୍ର ୨ ସପ୍ତାହ ପୂର୍ବରୁ ସେ ଘରେ ଏଣ୍ଟ୍ରି କରିଥିଲେ।

ହିମାଂଶି ଘରେ ଏଣ୍ଟ୍ରି କରିବା ପରଠୁ ଶେହନାଜଙ୍କ ସହ କଥା ବାର୍ତ୍ତା କରିନଥିଲେ। ଶେହନାଜ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ ସତ, କିନ୍ତୁ ହିମାଂଶି ତାଙ୍କ ସହ କଥା ହେବାକୁ ଚାହୁଁନଥିଲେ। ନିକଟରେ ଏକ ପ୍ରମୋ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଉଭୟ ପରସ୍ପରଙ୍କ ସହ ଜୋରସୋରରେ ଝଗଡା କରିବାରେ ନଜର ଆସିଛନ୍ତି।

ସୂଚନାଯୋଗ୍ୟ ଯେ, ଅପକମିଂ ଏପିସୋଡ୍ରେ ଏହା ଦେଖିବାକୁ ମିଳିବ। କୌଣସି କାରଣ ନେଇ ଦୁହେଁ ମାରପିଟ୍ ହେଉଥିବା ଏହି ଭିଡିଓରେ ଦେଖାଯାଉଛନ୍ତି।ହିମାଂଶି କହୁଛନ୍ତି ଯେ, “ବାହାର ଛୋଡ ଦିଆ ଥା ନା ତୁମ୍ହେଁ”ଟ୍ଟ।ପରେ ଶେହନାଜ ମଧ୍ୟ ଦି ପଦ କହିଛନ୍ତି ଓ ଦୁହେଁଙ୍କ ମଧ୍ୟରେ ଗଣ୍ଡୋଗଳ ହୋଇଛି।ସେହି ସମୟରେ ହିମାଂଶି ଶେହନାଜଙ୍କୁ ଧକ୍କା ମାରିଛନ୍ତି। ଘରର ଅନ୍ୟ ସଦସ୍ୟମାନେ ଉଭୟଙ୍କୁ ଅଟକାଇଥିଲେ।