Odia News Portal

ସଂଗଠିତ ଓ ଅଣସଂଗଠିତ ଶ୍ରମିକଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା

ଭୁବନେଶ୍ୱର() ପେନସନ ସପ୍ତାହ ଉପଲକ୍ଷେ ଅନୁÂିତ ରାଜ୍ୟ ସ୍ତରୀୟ ସଚେତନତା ଶିବିରରେ ଉଦବୋଧନ ଦେଇ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ ଯେ, ସଂଗଠିତ ଓ ଅସଂଗଠିତ ଶ୍ରମିକ ମାନଙ୍କର ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ଆରମ୍ଭ କରାଯାଇଛି । ଏହାର ସୁଫଳ ସେମାନଙ୍କ ପରିବାର ବର୍ଗଙ୍କ ପାଖରେ ପହଂଚିବା ପାଇଁ ବିଭିନ୍ନ ଶ୍ରମ ଆଇନ କାର୍ଯ୍ୟକାରୀ କରାଯିବା ସହ ତିନୋଟି ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରାଯାଇଛି । ପଂଜିକୃତ ଶ୍ରମିକ ମାନଙ୍କ ନବୀକରଣକୁ ୧ରୁ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଓ ବାର୍ଷିକ ପଂଜିକରଣ ଦେୟ ସମ୍ପୃର୍ଣ୍ଣ ଉଚ୍ଛେଦ କରାଯାଇଛି । ଶ୍ରମିକ କଲ୍ୟାଣ ଯୋଜନାରେ ୧୪୭୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

ସେ କହିଥିଲେ ଯେ ଅଣସଂଗଠିତ ସାମାଜିତ ସୁରକ୍ଷା କଲ୍ୟାଣ ଆଇନ ୨୦୦୮ ଅନୁସାରେ କେନ୍ଦ୍ର ସରକାର ୨ଟି ପେନସନ ଯୋଜନା ପ୍ରଣୟନ କରିଛନ୍ତି । ଏହା ଦ୍ୱାରା ୬୦ବର୍ଷ ବୟସ ପୁରା ହେବା ପରେ ଉକ୍ତ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ମାସିକ ୩ ହଜାର ଟଙ୍କା ପେନସନ ପାଇବାର ଯୋଜନା ଅଛି । ମାତ୍ର ୪୧ରୁ ୬୦ ବର୍ଷ ବୟସର ଶ୍ରମିକ ମାନେ ଏହି ଯୋଜନାରୁ ବାଦ ପଡିଥିବାର ଅଭିଯୋଗ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ଆଗାମୀ ଦିନରେ ଆଲୋଚନା ଏବଂ ସଂଶୋଧନ ମାଧ୍ୟମରେ ଏହାର ସମାଧାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।