Odia News Portal

ନାଗରିକତା ସଂଶୋଧନ ବିଲ ଭୋଟିଂରୁ ଦୂରେଇ ରହିଲେ ଏହି ସୂନ୍ଦରୀ ଏମପି

ନୂଆଦିଲ୍ଲୀ()  ଲୋକ ସଭାରେ ନାଗରିକତା ସଂଶୋଧନ ବିଲ୍ ଗୃହୀତ ହୋଇଯାଇଥିବା ବେଳେ ଏବେ ରାଜ୍ୟ ସଭାରେ ଏହାକୁ ପାରିତ କରିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି। ସେହିପରି ସଂସଦରେ ମଧ୍ୟ କେତେକ ଦଳ ଏହାକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। ଆରମ୍ଭରୁ ଉକ୍ତ ବିଲ୍କୁ ବିରୋଧ କରିଆସୁଥିବା ତୃଣମୂଳ କଂଗ୍ରେସ(ଟିଏମ୍ସି)ର ୬ ଏମ୍ପି ମତଦାନ ସମୟରେ ଅନୁପସ୍ଥିତ ରହିଥିଲେ। ଅନୁପସ୍ଥିତ ଥିବା ଏହି ୬ ଏମ୍ପିଙ୍କ ମଧ୍ୟରେ ଅଭିନେତ୍ରୀରୁ ଏମ୍ପି ହୋଇଥିବା ମିମି ଚକ୍ରବର୍ତ୍ତୀ ମଧ୍ୟ ସାମିଲ ଅଛନ୍ତି।

ସେପଟେ ମୋଦି ସରକାରଙ୍କ ନାଗରିକତା ସଂଶୋଧନ ବିଲ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ବହୁଥର ବିରୋଧ କରିବା ସହ ଏହି ଆଇନକୁ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ମନା କରିସାରିଛନ୍ତି।