Odia News Portal

ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତେଜନା, ଟ୍ରେନ ବାତିଲା

ଭୁବନେଶ୍ୱର() ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଦେଖାଦେଇଛି ଉତ୍ତେଜନା ପରିସ୍ଥିତି। ଯେଉଁଥିପାଇଁ ରେଳ ଚଳାଚଳରେ ବ୍ୟାଘାତ ହୋଇଛି। ଯାହାଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛି।

ଓଡ଼ିଶା ଦେଇ ଯାଉଥିବା ଟ୍ରେନଗୁଡିକୁ ଆଜି ହାଓଡାରୁ ବାତିଲ ହୋଇଛି। ସେଗୁଡିକ ହେଲା ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ, ହାଓଡ଼ା-ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ, ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ, ହାଓଡ଼ା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ, ହାଓଡ଼ା-ପୁନେ ଦୁରନ୍ତ ଏକ୍ସପ୍ରେସ ଓ ହାଓଡ଼ା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ।

ସେହିପରି ଯଶୋବନ୍ତପୁର-ହାଓଡା ଦୂରନ୍ତ ଏକ୍ସପ୍ରେସ ଭଦ୍ରକରେ ଅଟକିଛି। ଫଲକନମା ଏକ୍ସପ୍ରେସ ଯାଜପୁରରେ, ଧଉଳୀ ଏକ୍ସପ୍ରେସ କଟକରେ ଅଟକିଛି। ଶତାବ୍ଦୀ ଏକ୍ସପ୍ରେସ ଖଡ଼ଗପୁରରୁ ଓ ଜନଶତାବ୍ଦୀ ମେଛେଦାରୁ ଫେରିବ। ଆଜି ପୁରୀ-ଦିଘା ଏକ୍ସପ୍ରେସକୁ ବାତିଲ କରାଯାଇଛି।