Odia News Portal

ଆଜି ଚିଦାମ୍ବରମ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ

ଚେନ୍ନାଇ : ଚିପୁକ ସ୍ଥିତ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଆଜି ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଟି-ଟ୍ୱେଣ୍ଟି ସିରିଜ୍‌କୁ ୨-୧ରେ ଜିତି ନେବା ପରେ କୋହଲିବାହିନୀଙ୍କ ଲକ୍ଷ୍ୟ ଏବେ ଦିନିକିଆ ସିରିଜ୍‌ ଉପରେ । ତେବେ ମ୍ୟାଚ୍‌ରେ ବର୍ଷା ଆଶଙ୍କା ଉଭୟ ଦଳକୁ ଚିନ୍ତାରେ ପକାଇଛି ।

ତଥାପି ଦୁଇ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଆହତ ସମସ୍ୟା ଘରୋଇ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଆହତ ଓପନର ଶିଖର ଧାୱନ ଓ ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ ଓହରିଯିବା ପରେ ଓପନର ଲୋକେଶ ରାହୁଲ, ଦୀପକ ଚହରଙ୍କ ସମେତ ୱିକେଟ୍‌ କିପର ରିଷଭ ପନ୍ତ ଓ ଶ୍ରେୟାସ ଆୟରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଅନ୍ୟ ପଟରେ ୱେଷ୍ଟଇଣ୍ଡିଜ୍‌ ଦଳ ଟି-ଟ୍ୱେଣ୍ଟି ସିରିଜ୍‌ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ତେଣୁ ଆସନ୍ତାକାଲି ଉଭୟ ଦଳ ମଧ୍ୟରେ ଆଉଏକ କଡ଼ା ମୁକାବିଲା ଦେଖିବାକୁ ମିଳିବ ।