ଚେନ୍ନଇ : ଚେନ୍ନଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ। ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ ସିମ୍ରନ ହେତମେୟର ଓ ସାଇ ହୋପଙ୍କ ଦମଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ଭାରତକୁୁ ୮ ୱିକେଟରେ ପରାସ୍ତ କରି ସିରିଜରେ ୧-୦ରେ ଆଗୁଆ ରହିଛି। ଭାରତର ୨୮୮ ରନ୍ ଟାର୍ଗେଟକୁ ୱେଷ୍ଟଇଣ୍ଡିଜ ୪୭.୫ ବଲରେ ହାସଲ କରିନେଇଥିଲା।

ୱେଷ୍ଟଇଣ୍ଡିଜ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହିତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ସମ୍ପୁର୍ଣ୍ଣ ୫୦ ଓଭର ଖେଳି ଭାରତ ୮ ୱିକେଟ ହରାଇ ୨୮୭ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା।ଭାରତୀୟ ଦଳର ଦୁଇ ଯୁବ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ(୭୧) ଓ ଶ୍ରେୟସ ଆୟର(୭୦) ରନ୍ ସଂଗ୍ରହ କରି ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। ଦ୍ବି୍ତୀୟ ଦିନିକିଆ ବୁଧବାର ୧୮ ଡିସେମ୍ବରରେ ବିଶାଖାପଟନମରେ ଖେଳାଯିବ।