Odia News Portal

ଅମିତ ଶାହଙ୍କୁ ଏମିତି ଟିପ୍ସ ଦେଲେ ଅକ୍ଷୟ

ମୁମ୍ବାଇ()  ଅଭିନେତା ଅକ୍ଷୟ କୁମାର ସମୟରେ ଖାଇବା ଏବଂ ଶୋଇବାକୁ ନେଇ ସେ ବେଶ୍ ସତର୍କ ଥାନ୍ତି ଅକ୍ଷୟ କୌଣସି ଫିଲ୍ମ ସାଇନ୍ କରିବା ପୂର୍ବରୁ ନିର୍ଦ୍ଦେଶକଙ୍କ ସହ ଟାଇମ୍ ଟେବୁଲ୍କୁ ନେଇ ଆଗ କଥାବାର୍ତ୍ତା ହୁଅନ୍ତି।

ନିକଟରେ ଅକ୍ଷୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଏକ ଟିପ୍ସ ଦେଇଛନ୍ତି। ଏକ ସାକ୍ଷାତକାରରେ ତାଙ୍କୁ ଅମିତ ଶାହଙ୍କ ବାବଦରେ ପଚରାଯାଇଥିଲା। ଏହାର ଉତ୍ତରରେ ଅକ୍ଷୟ ଶାହଙ୍କୁ ସନ୍ଧ୍ୟା ୬.୩୦ ପରେ ନ ଖାଇବାକୁ ପରାମର୍ଶ ଦେଇଛନ୍ତି। କାରଣ ଆମ ଶାସ୍ତ୍ରରେ ଅଛି ସୂର୍ୟ୍ୟାସ୍ତ ପରେ ଖ୍ୟାଦ୍ୟ ନ ଗ୍ରହଣ କରିବାକୁ କୁହାଯାଇଛି। ଏହା ଆପଣଙ୍କୁ ଫିଟ୍ ରଖିବାରେ ସାହାଯ୍ୟ କରେ ବୋଲି ସେ କହିଛନ୍ତି। ଅମିତ ଜୀ ଦେଶର ଏକ ଗୁରୁତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୋଇଥିବାରୁ ସେ ନିଜର ଯତ୍ନ ନେବା ଉଚିତ୍ ବୋଲି କହିଥିଲେ ଅକ୍ଷୟ ।