Odia News Portal

ଆଜି ଟ୍ରଫି ପାଇଁ ବାରବାଟୀରେ ଲଢ଼େଇ

କଟକ :  ଆତ୍ମବିଶ୍ୱାସରେ ଭରା ଭାରତୀୟ କ୍ରିକେଟ୍ ଦଳ ଆଜି  ବାରବାଟୀ ଷ୍ଟାଡିୟମରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିର୍ଣ୍ଣାୟକ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ । ଇଣ୍ଡିଜ ବିପକ୍ଷରେ କ୍ରମାଗତ ୧୦ମ ଦ୍ୱିପାକ୍ଷିକ ଶୃଙ୍ଖଳା ଜିତିବା ଲକ୍ଷ୍ୟ ନେଇ ଦଳ ପଡ଼ିଅ ।କୁ ଓହ୍ଲାଇବ । ୱେଷ୍ଟଇଣ୍ଡିଜ ଚେନ୍ନାଇରେ ପ୍ରଥମ ଦିନିକିଆ ମ୍ୟାଚ୍ ଜିତିଥିବା ବେଳେ ଭାରତ ବିଶାଖାପାଟଣା ମ୍ୟାଚ୍ ଜିତି ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଆସନ୍ତାକାଲି ଅପରାହ୍ନ ୧ଟା ୩୦ରେ ବାରବାଟୀରେ ମ୍ୟାଚ୍ ଅ ।ରମ୍ଭ ହେବ । ବାରବାଟୀରେ ରନ ବର୍ଷା ହେବାର ସମ୍ଭାବନା ରହିଛି । ପିଚ୍ ବ୍ୟାଟିଂ ଅନୁକୂଳ ରହିବ ।
ଦ୍ୱିତୀୟ ମ୍ୟାଚରେ ୧୫୯ ରନ କରିଥିବା ରୋହିତ ଶର୍ମା ସମସ୍ତ ଫର୍ମାଟରେ ସର୍ବାଧିକ ରନ କରିବା ମାମଲାରେ ଓପନିଂ ବ୍ୟାଟସମ୍ୟାନ ସନତ ଜୟସୁରିୟାଙ୍କ ରେକର୍ଡଠୁ ମାତ୍ର ୯ ରନ ପଛରେ ଅଛନ୍ତି । କେଏଲ ରାହୁଲ ମଧ୍ୟ ଦ୍ୱିତୀୟ ମ୍ୟାଚରେ ଶତକୀୟ ଇନିଂସ ଖେଳି ଦିନିକିଅ । ଦଳରେ ନିଜର ସ୍ଥାନ ସୁନିଶ୍ଚିତ କରିଛନ୍ତି । ଶ୍ରେୟସ ଅ ।ୟର ଓ ଋଷଭ ପନ୍ତ ମଧ୍ୟ ଅ ।ଶା ମୁତାବକ ରନ କରିଛନ୍ତି । ଅ ।ହତ ଦ୍ରୁତ ବୋଲର ଦୀପକ ଚହରଙ୍କ ସ୍ଥାନରେ ଦିଲ୍ଲୀର ଦ୍ରୁତ ବୋଲର ନବଦୀପ ସାଇନିଙ୍କୁ ବାରବାଟୀ ମ୍ୟାଚରେ ସୁଯୋଗ ମିଳିପାରେ । ଅଧିନାୟକ ବିରାଟ କୋହଲି ଦୁଇ ମ୍ୟାଚ୍ରେ ନିରାଶ କରିଛନ୍ତି । ସେହିପରି ରିଷଭ ପନ୍ତ, ଶ୍ରେୟାସ ଆୟର ଓ କେଦାର ଯାଦବ ନିଜ ନିଜ ଦାୟିତ୍ୱ ସୂଚାରୁ ରୂପ ସମ୍ପନ୍ନ କରିଛନ୍ତି । ତେବେ ବୋଲରମାନେ କିଛିଟା ନିରାଶ କରିଛନ୍ତି ।
ଅନ୍ୟପଟେ ଫିଲ୍ଡିଂରେ ଭାରତର ପ୍ରଦର୍ଶନ ଅପେକ୍ଷାକୃତ ଆଶାନୁରୂପ ହୋଇନାହିଁ । ଅ ।ୟର ସିମରନ ହେଟମାୟରଙ୍କୁ ଥ୍ରୋ କରି ରନ ଆଉଟ୍  କରିଥିଲେ ମଧ୍ୟ ଚହର ନିକୋଲାସ ପୂରନ ଓ ସାଇ  ହୋପଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ । ଅଧିନାୟକ କୋହଲି ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଫିଲ୍ଡିଂରେ ଆମକୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ବାରବାଟୀ ଷ୍ଟାଡ଼ିୟମର ପିଚ୍ ମଧ୍ୟ ବିଶାଖାପାଟଣା ପରି ବ୍ୟାଟସମ୍ୟାନଙ୍କ ଲାଗି ଉପଯୋଗୀ ହେବ । ଏଠାରେ ମଧ୍ୟ ରନ ବର୍ଷା ହେବାର ଆଶା ରହିଛି । ପିଚ୍ ବ୍ୟାଟସମ୍ୟାନଙ୍କ ଲାଗି ଅନୁକୂଳ ରହିବ ବୋଲି ପିଚ୍ କ୍ୟୁରେଟର କହିଛନ୍ତି । ସନ୍ଧ୍ୟାରେ କାକର ପ୍ରଭାବ ରହିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଇଣ୍ଡିଜ ବ୍ୟାଟ୍ସମ୍ୟାନ୍ ହେଟମାୟାର, ସାଇ ହୋପ୍ ଓ ନିକୋଲାସ ପୁରନଙ୍କ ବ୍ୟାଟିଂ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବାରବାଟୀ ଷ୍ଟାଡ଼ିୟମରେ ଭାରତୀୟ କ୍ରିକେଟ୍ ଦଳର ରେକର୍ଡ଼ ଉତ୍ସାହଜନକ ରହିଛି । ଦଳ ଏଠାରେ ମୋଟ୍ ୧୮ଟି ଦିନିକିଅ । ମ୍ୟାଚ୍ ଅ ।ୟୋଜିତ ହୋଇଛି ।
ଏଥିରୁ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ୧୬ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତ ୧୨ଟିରେ ବିଜୟୀ ହୋଇଥିବା ବେଳେ ·ରୋଟିରେ ପରାଜିତ ହୋଇଛି । ଭାରତ ଓ ଇଣ୍ଡିଜ ମଧ୍ୟରେ ଏଠାରେ ୩ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ସବୁଥିରେ ଭାରତୀୟ ଦଳ ବିଜୟୀ  ହୋଇଛି । ବାରବାଟୀରେ ରେକର୍ଡ ଭାରତ ସପକ୍ଷରେ ରହିଛି । ବାରବାଟୀରେ କାକର ପ୍ରଭାବକୁ ଧ୍ୟାନରେ ରଖି ଦଳ ପ୍ରଥମେ ବ୍ୟାଟିଂ କରିବାକୁ ·ହିଁବେ । କାରଣ ଦ୍ୱିତୀୟ ଇନିଂସରେ କାକର ଯୋଗୁଁ ବୋଲିଂ କରିବା ସହଜ ହେବ ନାହିଁ । ଷ୍ଟଇଣ୍ଡିଜ ଦଳ ୧୩ ବର୍ଷ ପରେ ଭାରତ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳା ଜିତିବାକୁ ପ୍ରୟାସ କରିବ । ଚଳିତ ବର୍ଷ ମାର୍ଚ୍ଚରେ ନିଜ ମାଟିରେ ଦ୍ୱିପାକ୍ଷିକ ଶୃଙ୍ଖଳା ହାରିଥିବା ଭାରତୀୟ ଦଳ ଗତ ୧୫ ବର୍ଷରେ କ୍ରମାଗତ ଦୁଇଟି ଶୃଙ୍ଖଳା ହାରି ନାହିଁ ।