Odia News Portal

ବାରବାଟୀରେ ସୁପର ସୋ : ଦିନିକିଆ ସିରିଜ୍‌ କବଜା କଲା ବିରାଟ ବାହିନୀ

କଟକ : ବାରବାଟୀରେ ସୁପର ସୋ । ଷ୍ଟାଡିୟମ୍‌ ଭରପୂର ଦର୍ଶକଙ୍କ ସମର୍ଥନ ଓ ଉତ୍ସାହର ଉଚିତ ମୂଲ୍ୟ ଦେଇଛି ବିରାଟ ବାହିନୀ । ଷ୍ଟାଡିୟମ୍‌ରେ ହେଲା ପଇସା ଅସୁଲ ମ୍ୟାଚ୍‌ । କଡ଼ା ଟକ୍କର ଭିତରେ ସରିଲା ମ୍ୟାଚ୍‌ । ନିର୍ଣ୍ଣାୟକ ମ୍ୟାଚ୍‌ ସହ ଦିନିକିଆ ସିରିଜ୍‌ ଜିତି ନେଇଛି ଟିମ୍‌ ଇଣ୍ଡିଆ । ପୂରା ତାଳମେଳରେ ଖେଳିଲେ ଦୁଇ ଓପ୍ନର । ଦୋହରାଇଲେ ବିଶାଖାପାଟଣାରେ ଖେଳିଥିବା ଖେଳ ।

ମାତ୍ର ୧୬ ଓଭର୍‌ ଭିତରେ ଶତକୀୟ ଭାଗିଦାରୀ କଲେ ଏବଂ ଭାରତ ପାଇଁ ବଢ଼ିଆର ମୂଳଦୁଆଟିଏ ତିଆରି କଲେ । ୩୧୬ ରନ୍‌ର ବିଜୟଲକ୍ଷ୍ୟ ନେଇ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୪୮.୪ ଓଭର୍‌ରେ ୬ ଓ୍ଵିକେଟ୍‌ ହରାଇ ତୃତୀୟ ତଥା ଶେଷ ମ୍ୟାଚ୍‌ ସହ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ସିରିଜ୍‌ କବଜା କରିଛି । ତେବେ ମଧ୍ୟଭାଗରେ ଲଗାତର ଓ୍ଵିକେଟ୍‌ ପଡ଼ିଯିବା ଏବଂ ଶେଷ ଭାଗରେ ବିରାଟ କୋହଲି ଆଉଟ୍‌ ହୋଇଯିବା

ପରେ ଦର୍ଶକଙ୍କ ଭିତରେ ଦେଖା ଦେଇଥିଲା ପରାଜୟର ଆଶଙ୍କା । ହେଲେ ଏହି ଆଶଙ୍କାକୁ ଏଡ଼ାଇ ରବୀନ୍ଦ୍ର ଜାଡେଜା ଖେଳିଲେ ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ । ଶାର୍ଦ୍ଦୁଲ ଠାକୁରଙ୍କ ସହ ମିଶି ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇ ଦେଇଥିଲେ । ଟି-୨୦ ପରେ ଏହି ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଭାରତ ୨-୧ରେ ଜିତିଛି ।